ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶା ଡ୍ରାଇଭର ମହାସଂଘର ଶାଖା ନର୍ଲା ନିର୍ବାଚନ ମଣ୍ଡଳୀ ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂଙ୍କୁ ଦଶ ଦଫା ଦାବୀ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି। ଡ୍ରାଇଭର ଲାଇସେନ୍ସ ପାଇଁ ଧାର୍ଯ୍ୟ ମୂଲ୍ୟ କମ କରିବା, ଡ୍ରାଇଭରଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା ପ୍ରଦାନ, ପ୍ରତି ଶହେ କିଲୋମିଟରରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ ସ୍ଥଳୀ, ଭତ୍ତା ପ୍ରଦାନ, ଆବାସ ଯୋଜନାରେ ପାଞ୍ଚ ଲକ୍ଷ ସହାୟତା, ସେପ୍ଟେମ୍ବର ଏକ ତାରିଖକୁ ଡ୍ରାଇଭର ଦିବସ ଭାବରେ ଘୋଷଣା ଭଳି ଦଶ ଦଫା ଦାବିରେ ଦାବୀ ପତ୍ର ପ୍ରଦାନ କରିଥିଲେ। ଡ୍ରାଇଭର ମହାସଂଘ ପକ୍ଷରୁ ମ.ରାମପୁରରୁ ବିଶ୍ଵ ରଞ୍ଜନ ମାହାର, ସ୍ବାଗତ ମହାନ୍ତି, ତ୍ରୈଲୋକ୍ୟ ତ୍ରୈଲୋକ୍ୟ ନାୟକ, ଜିତେନ୍ଦ୍ର ବାରିକ, କାର୍ଲାମୁଣ୍ଡାରୁ କାମଦେବ ଭୋଇ, ସଂକୀର୍ତ୍ତନ ସାହୁ ଓ ନର୍ଲାରୁ ଦାଶରଥି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।