ରାହୁଲ ଓ ସୋନିଆଙ୍କୁ ଇଡି ଜେରା ବିରୋଧରେ ଗର୍ଜିଲା କଂଗ୍ରେସ

ବିଶ୍ୱନାଥପୁରଠାରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଂଗ୍ରେସର ଶୀର୍ଷ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ବିରୋଧ କରି ଏବେ ସାରା ଦେଶରେ କଂଗ୍ରେସ ତାତି ଉଠିଛି । ରାଜନୈତିକ ଆକ୍ରୋଶ ରଖି ବିଜେପି ଓ ମୋଦୀ ସରକାର ଇଡିକୁ ସୋନିଆ ଓ ରାହୁଲଙ୍କ ପଛରେ ଲଗାଇଥିବା ଅଭିଯୋଗ କରି ଦେଶର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ଲଗାତାର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଏହାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯିବା ସହିତ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ନେତା ଚାଞ୍ଚେର ମାଝୀ ଓ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତୃତ୍ୱରେ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ତିନିଶହରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିବାବେଳେ କଂଗ୍ରେସକୁ ଦୁର୍ବଳ କରିବାକୁ ଚକ୍ରାନ୍ତକୁ ଦଳର କୌଣସି କର୍ମୀ ବରଦାସ୍ତ କରିବେ ନାହିଁ ବୋଲି ଆହ୍ୱାନ ଦେଇଥିଲେ । ଏନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ବିଶ୍ୱନାଥପୁର କଲେଜ ଛକରୁ ବାହାରି ବ୍ଲକ କାର୍ଯ୍ୟାଳୟ ପହଞ୍ଚିବା ପରେ ସେଠାରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମାଝୀ ଓ ଶ୍ରୀ କୁମାରଙ୍କ ସହିତ କଂଗ୍ରେସ ନେତା ବିଜୟ ନାଏକ, ରଞ୍ଜିତା ମୁଣ୍ଡା, ପୁରୁଷୋତ୍ତମ ଦଣ୍ଡସେନା, ଦୁର୍ଯ୍ୟୋଧନ ରାଉତ, ପିତାମ୍ବର ପୁଟେଲ, ଖିତ ନାଏକ, ନିତ୍ୟାନନ୍ଦ ସାହୁ, ନବୀନ ସୁନା, ପୂର୍ଣ୍ଣଚନ୍ଦ୍ର ଗଉଡ, କନୌଜ ରାଉତ, ବଳଭଦ୍ର ସାହୁ, ପଠାଣୀସାମନ୍ତ ନାଗ, ଭଗବାନ ମାଝୀ, ଫଗଣୁ ନାଗ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ୩୦୦ରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.