ବିବେକସେନା ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ବିବେକସେନା’ ତରଫରୁ ଭବାନୀପାଟଣା ବିବେକ କନଫେରେନ୍ସ ହଲ ଠାରେ ‘ସଡକ ସୁରକ୍ଷା ଜୀବନ ରକ୍ଷା’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରତିଦିନ ନିଜ ନିଜ ର ଅସାବଧାନତା ଯୋଗୁଁ ସଡକ ଦୁର୍ଘଟଣାରେ ହଜାର ହଜାର ଅମୂଲ୍ୟ ଜୀବନ ହରାଉଛୁ। ଦୁଇ ଚକିଆ ଚଳାଇବା ବେଳେ ହେଲମେଟ ଓ ଚାରି ଚକିଆ ବେଳେ ସିଟ ବେଲ୍ଟ ଅପରିହାର୍ଯ୍ୟ ଓ ସମସ୍ତଙ୍କୁ ସରକାରୀ ନୀତି ନିୟମ ସହ ଯାନବାହାନ ଚଳାଇବା ଜରୁରୀ ବୋଲି ବିବେକସେନାର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ତାଙ୍କ ଉଦବୋଧନ ଦେଇଥିଲେ। ଶିକ୍ଷାବିତ ଶାନ୍ତନୁ ମହାନ୍ତି, ସମାଜସେବୀ ନବୀନ କୁମାର ସା ସମ୍ମାନୀତ ଭାବେ ଉପସ୍ଥିତ ରହିଥିବା ବେଳେ ଘନଶ୍ୟାମ ପ୍ରଧାନ ଧନ୍ୟବାଦ ଦେଇଥିଲେ। ନରେଶ ସୁନାନୀ, ବୃଷଭ ଦାସ କର୍ମଶାଳା ପରିଚାଳନା କରିବାରେ ସହଯୋଗ କରିଥିଲେ। ଅନେକ ବିବେକସେନା ର ସକ୍ରିୟ ଯୁବତୀ ଯୁବକ ତଥା କଲେଜ ଛାତ୍ର ଛାତ୍ରୀ ଏହି କର୍ମଶାଳାରେ ଉପସ୍ଥିତି ରହି ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.