ରାୟଗଡା ଜିଲ୍ଲା ରଙ୍ଗତୁଳି ଚିତ୍ରକର ସଂଘ କାର୍ଯ୍ୟାଳୟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡା ସହରର କସ୍ତୁରୀ ନଗର ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟିଂ କଂପ୍ଲେକ୍ସରେ ରାୟଗଡା ଜିଲ୍ଲା ରଙ୍ଗତୁଳି ଚିତ୍ରକର ସଂଘର ସଂଘ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ସଂଘର ଆଇନ ଉପଦେଷ୍ଠା ପଦ୍ମନାଭ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟାଳୟ ଗୃହର ଉଦଘାଟନ କରିଥିଲେ । ସଂଘ ସଭାପତି ପ୍ରଦୀପ କୁମାର ପଣ୍ଡା, ସଂପାଦକ ପି.ମଣି କୁମାର, କାେଷାଧ୍ୟକ୍ଷ ଲକ୍ଷ୍ମୀଭୂଷଣ ପଟ୍ଟନାୟକ, ଉପଦେଷ୍ଠା ଏଲ.ମାଣିକ୍ୟ ରାଓଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ସଂଘ କାର୍ଯ୍ୟାଳୟର ଉଦଘାଟନକୁ ନେଇ ବେଶି ଉତ୍ସାହିତ ହାେଇଥିଲେ ।

Omkar Vasthu
Omkar Vasthu


କୋଭିଡ ସମୟରେ ରାୟଗଡା ସହରର ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ କାେଭିଡ ସଂର୍ପକୀତ ସଚେତନତା ଚିତ୍ର ଆଙ୍କି ଲାେକଙ୍କୁ ସଚେତନ କରିଥିଲେ । ବର୍ତ୍ତମାନ ରାୟଗଡା ଜିଲ୍ଲା ରଙ୍ଗତୁଳି ଚିତ୍ରକର ସଂଘରେ ଜିଲ୍ଲା ସଦର ମହକୁମାର ୩୨ଜଣ ସଦସ୍ୟଙ୍କ ସମେତ ବିଭିନ୍ନ ବ୍ଳକରେ ଥିବା ଚିତ୍ରକରଙ୍କୁ ନେଇ ୫୦ଜଣ ସଦସ୍ୟ ରହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜିଲ୍ଲା ଚିତ୍ରକର ସଂଘକୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ତଥା ସହାୟତା ଯୋଗାଇବା ପାଇଁ ଆଇନ ଉପଦେଷ୍ଠା ଶ୍ରୀ ଦାସ ଦାବି କରିଥିବା ବେଳେ ସଂଘ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସଂଘ କାର୍ଯ୍ୟକର୍ତ୍ତାଙ୍କ ସହଯୋଗକୁ ସଭାପତି ଶ୍ରୀ ପଣ୍ଡା କୃତଜ୍ଞତା ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.