BREAKING: ରାମୁଡ୍ ଜଙ୍ଗଲ ନିକଟରେ ବଡ ଧରଣର ଡକାୟତି

କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଗୋଟିଏ ସପ୍ତାହରେ ୪ ଡକାୟତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ରାମୁଡ଼ ଜଙ୍ଗଲ ନିକଟରେ ଗତ କାଲି ରାତିରେ ବଡ ଧରଣର ଡକାୟତି ହେଇଥିବା ଜଣା ଯାଇଛି । ଡକାୟତ ମାନେ ବିଭିନ୍ନ ଗାଡିକୁ ଲୁଟ୍ କରିବା ସହ ଗାଡ଼ି ଚାବି ଛଡାଇ ନେଇ ଯାଇଛନ୍ତି । ଏକ କୋଇଲା ବୋଝେଇ ଟ୍ରକ ରାସ୍ତାରେ ଫଶି ଯାଇଥିବାରୁ ମ.ରାମପୁର – ରିଷିଡା ରାସ୍ତାର ଦୁଇ ପାଖ ରେ ଅନ୍ୟ ଗାଡି ଗୁଡ଼ିକ ଅଟକି ରହିଛି । ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ରାମୁଡ୍ ଜଙ୍ଗଲ ନିକଟରେ ଡକାୟତ ମାନେ ବିଭିନ୍ନ ଗାଡିକୁ ଅଟକାଇ ଗାଡି ଚାଳକଙ୍କୁ ବନ୍ଧୁକ ଦେଖାଇ, ମାଡ ମାରି ଲୁଟିଥିଲେ । ପ୍ରାୟ ୫/୬ ଗାଡିକୁ ଲୁଟ୍ କରିଥିବା ବେଳେ ତିନୋଟି ଗାଡିର ଚାବି ଛଡେଇ ପଳେଇ ଯାଇଥିଲେ । ବିଶାଖାପାଟଣାରୁ ରାୟଗଡ ଯାଉଥିବା କୋଇଲା ବୋଝେଇ ଟ୍ରକ (ଏପି ୧୬ ଟି କିୟୁ ୧୭୬୮) ର ଡ୍ରାଇଭରଙ୍କ କହିବା ମୁତାବକ, ଡ଼କାୟତ ମାନେ ପ୍ରଥମେ ଗାଡି ଅଟକେଇ ସିଧା ଗାଡି ଉପରକୁ ଯାଇ ବନ୍ଧୁକ ଦେଖେଇ ପ୍ରଥମେ ଗାଡି ଚାବି, ମୋବାଇଲ୍ ସହ ତିରିଶ ହଜାର ଲୁଟ୍ କରିବା ସହ ମାଡ ମାରି ଥିଲେ ଏବଂ ପ୍ରାୟ ତିରିଶ ହଜାର ଟଙ୍କା ନେଇଗଲେ। ଗାଡିର ହେଲ୍ପର କୌଶଳ କ୍ରମେ ଗାଡିରୁ ବାହାରି ରାସ୍ତା କଡ଼ ଜଙ୍ଗଲରେ ଲୁଚି ଯାଇଥିଲା। ଏଇ ଟ୍ରକ୍ ଟି ରାସ୍ତା ଅବରୋଧ କରି ରହିଥିବା ଦେଖି ରାଇଘର୍ ରୁ ପୁରୀ ଯାଉଥିବା ଗାଡି (ଓଡି ୦୨ବିପି୦୭୩୮) ର ଚାଳକ ଗାଡି ଦୁର୍ଘଟଣା ଘଟିଛି ଭାବି ଅଟକିବା ପରେ ପରେ ଡକାୟତ ମାନେ ପ୍ରଥମେ ଗାଡି ଚଳକକୁ ମାଡ ମାରି ବନ୍ଧୁକ ଦେଖେଇ ପ୍ରଥମେ ଚାବି ଓ ପରେ ଚାଳକ ସମେତ ଅନ୍ୟ ମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ। ଏଇ ସମୟରେ ଅନ୍ୟ ଏକ ଇକୋ ଗାଡି ସେଇ ରାସ୍ତାରେ ଯାଉଥିଲା ଏବଂ ସେଇ ଗାଡ଼ିକୁ କିଛି କରି ନ ଥିଲେ ଡକାୟତ। ଏକ ଆପାଚି ଗାଡ଼ିରେ ତିନିଜଣ ଯୁବକ ଏଇ ଡକାୟତି କରି ମ.ରାମପୁର ପଟକୁ ଆସି ଥିଲେ। ଠିକ୍ ସେହିପରି ମୋହନ ଗିରି ଠାରେ ଥିବା ଦେଶୀ ମଦ ଭାଟିରୁ ମଧ୍ୟ ଡକାୟତି ହେଇଥିବା ଜଣା ପଡିଛି। ଉଭୟ ଘଟଣାରେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ , ରିଶିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ଵରେ ସାରା ରାତି ଘଟଣାର ଛିନ୍ ଭିନ କରୁଛନ୍ତି । ତେବେ ଗୋଟିଏ ସପ୍ତାହ ଭିତରେ ମ.ରାମପୁର ଅଞ୍ଚଳରେ ଚାରୋଟି ଡକାୟତି ପୁଲିସ ପାଇଁ ମୁଣ୍ଡ ବ୍ୟଥା ସାଜିଥିବା ବେଳେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.