ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସେବକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା କମିଟି ସଭାପତି ବ୍ରଜେନ୍ଦ୍ର କୁମାର ପଟ୍ଟଯୋଷୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରେଙ୍ଗାଲପାଲି ସରପଞ୍ଚ ଅର୍ଶ୍ବର୍ଯ୍ୟ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଭରତ ପ୍ରଧାନୀ, ଦୁର୍ଲଭ ନାଏକ, ପଦ୍ମନାଭ ଭକ୍ତ, ବନ ଦିଶାରି, ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ଗଠନ ପରିଚାଳନା ବିଷୟରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ସେବକ କପିଳ ଶବରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ, ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ନାୟକ, ଆଶ୍ଵିନ କୁମାର ତାଣ୍ଡି, ବ୍ରଜେନ୍ଦ ବେହେରା, ଲକ୍ଷ୍ମଣ ନାୟକ, ଖେଳ ଶିକ୍ଷକ ଦେବୀ ପ୍ରସାଦ ସହୁ, ବିଦ୍ୟାଳୟର ସେବକ ପିତାମ୍ବର ରାଉତ ଗଜିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ମୁଣ୍ଡ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ମାଧ୍ୟମରେ ବିଦ୍ୟାଳୟ ର ଭବିଷ୍ୟତ ବିଷୟରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପଟ୍ଟଯୋଷୀ ତାଙ୍କର ଅଭିଭାଷଣରେ କହିଥିଲେ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ତାଙ୍କର ଭବିଷ୍ୟତ ଗଠନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଅବସର ନେଲା ପରେ ଅବସର କାଳୀନ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବାରୁ ଏହା ପରିତାପର ବିଷୟ ବୋଲି ମତବ୍ୟକ୍ତ କରିବା ସହିତ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପରିଶେଷରେ ବରିଷ୍ଠ କିରାଣି ଅଶ୍ବିନ କୁମାର ତାଣ୍ଡି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.