ଆଦିତ୍ୟ ବିର୍ଲା ସ୍କୁଲରେ ଜ୍ଞାନ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ ରାୟଗଡା/କାଶିପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ଉଷାପଡ଼ାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଆଲୁମିନାର ୟୁନିଟ୍ ହେଡ୍ ତଥା ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ମଜହର୍ ଉଲ୍ଲା ବେଗଙ୍କ କରକମଳରେ ଏହି ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ସମ୍ମାନୀତ ଅତିଥି ଭାବରେ ଉଜ୍ଜ୍ଵଳ ଉତ୍କଳର ସଭାନେତ୍ରୀ ହିନା ବେଗ, ଉତ୍କଳ ଆଲୁମିନାର ମାନବ ସମ୍ବଳ ବିକାଶ ମୂଖ୍ୟ ରାକେଶ ପ୍ରତାପ ସିଂହ, ସି.ଏସ୍.ଆର୍. ମୁଖ୍ୟ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଉତ୍କଳ ଆଲୁମିନାର ଅର୍ଥବିଭାଗ ମୁଖ୍ୟ ସୁଧାକର ବିଶ୍ବାଳ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ଏହି ପ୍ରଦର୍ଶନୀରେ ବିଜ୍ଞାନ ବିଭାଗର ୩୯ଟି, ସାମାଜିକ ବିଜ୍ଞାନ ବିଭାଗର ୩୩ଟି ଓ ଗଣିତ ବିଭାଗର ୨୬ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ପ୍ରାୟ ଦୁଇଶହ ଜଣ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ବିଜ୍ଞାନ ବିଭାଗର ପ୍ରକଳ୍ପଗୁଡ଼ିକ ମଧ୍ୟରେ ବର୍ଷାଜଳ ସରଂକ୍ଷଣ ପ୍ରକଳ୍ପ, ବାୟୁ ପ୍ରଦୂଷଣ ଉପରେ ଆଧାରିତ ପ୍ରକଳ୍ପ, ସନ୍ତୁଳିତ ଖାଦ୍ୟ ଉପରେ ଆଧାରିତ ପ୍ରକଳ୍ପ, ଶୀତଳ ଭଣ୍ଡାର ଉପରେ ଆଧାରିତ ପ୍ରକଳ୍ପ, ସ୍ପିରୁଲିନା: ଚାଷ ଏବଂ ଏହାର ଉପକାରିତା, ଆଧୁନିକ ଜଳ ନିଷ୍କାସନ ପଦ୍ଧତି ପ୍ରକଳ୍ପ, ନିରାପଦ ସତର୍କ ସୂଚନା ପ୍ରକଳ୍ପ ଆଦି ଅନେକ ପ୍ରକଳ୍ପ, ସାମାଜିକ ବିଜ୍ଞାନ ବିଭାଗରେ ପାଣିପାଗ ସମ୍ବନ୍ଧୀୟ ପ୍ରକଳ୍ପ, ସୌରଶକ୍ତି ଆଧାରିତ ଜଳସେଚନ, ଅତୁଳନୀୟ ଓଡ଼ିଶା ଉପରେ ଆଧାରିତ ପ୍ରକଳ୍ପ, ଲାଲକିଲ୍ଲା ପ୍ରକଳ୍ପ ଆଦି ଅନେକ ପ୍ରକଳ୍ପ ତଥା ସେହିପରି ଗଣିତ ବିଭାରେ ପିଥାଗୋରାସ ଉପପାଦ୍ୟ ଆଧାରିତ ପ୍ରକଳ୍ପ, ଗା.ସା.ଗୁ. ଓ ଲ.ସା.ଗୁ. ଉପରେ ଆଧାରିତ ପ୍ରକଳ୍ପ, ତିନିଅଙ୍କ ବିଶିଷ୍ଟ ସଂଖ୍ୟାର ଯୋଗଫଳ ଉପରେ ଆଧାରିତ ପ୍ରକଳ୍ପ, ବୟସ ହିସାବ ଆଧାରିତ ପ୍ରକଳ୍ପ ଆଦି ଅନେକ ପ୍ରକଳ୍ପ ସ୍ଥାନିତ ହୋଇଥିଲା ।

Omkar Vasthu
Omkar Vasthu


ଏଠାରେ ପ୍ରକାଶ ଥାଉ କି କରୋନାକାଳରେ ଗତ ଦୁଇବର୍ଷ ଧରି ଏହି ପ୍ରଦର୍ଶନୀ ଅନୁଷ୍ଠିତ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକୂଳ ପରିସ୍ଥିତି ହେତୁ ଏହା କରାଯାଇପାରିନଥିଲା । ଏହି ପ୍ରଦର୍ଶନୀରେ ବିଚାରକ ଭାବରେ ପ୍ରଭୁପ୍ରସାଦ ବଳ, ଏଜିଏମ୍ ମେକାନିକାଲ୍, ପ୍ରଶାନ୍ତ କୁମାର, ଆସିଷ୍ଟାଣ୍ଟ ମ୍ୟାନେଜର, ମେକାନିକାଲ୍, ବିଜ୍ଞାନ ବିଭାଗରୁ ବରିଷ୍ଠ ଶିକ୍ଷକ ସର୍ବେଶ୍ବର ପ୍ରଧାନ, ଗଣିତ ବିଭାଗରୁ ବରିଷ୍ଠ ଶିକ୍ଷକ ସମୀର ରଞ୍ଜନ ଭୋଳ, ସାମାଜିକ ବିଜ୍ଞାନ ବିଭାଗରୁ ବରିଷ୍ଠ ଶିକ୍ଷକ ଅମର ତିଳକ ଦାସ ଯୋଗଦାନ କରି ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ବିଜ୍ଞାନ ବିଭାଗରେ ଜୁନିୟର ଗ୍ରୁପରୁ ସୁଶ୍ରୀ ଜି. ଶ୍ରୀନିଧି ଓ ଶ୍ରୀମାନ୍ ରିହାସ ଚୌଧୁରୀ ପ୍ରଥମ ସ୍ଥାନ ଓ ସୁଶ୍ରୀ ଶାନ୍ତି ପ୍ରକାଶ ଓ ଶ୍ରୀମାନ୍ ବାଘମ୍ବର ପଟ୍ଟନାୟକ ଦ୍ବିତୀୟ ସ୍ଥାନ, ସିନିୟର ଗ୍ରୁପରୁ ଶ୍ରୀମାନ୍ ଅର୍ଜିଶମାନ ରଥ ଓ ଶ୍ରୀମାନ ଅମ୍ଳାନ ଅଭିନବ ଜେନା ପ୍ରଥମ ସ୍ଥାନ ଓ ଶ୍ରୀମାନ୍ ଅମନ ଆଦିତ୍ୟ ଓ ଶ୍ରୀମାନ୍ ପ୍ରିୟାଂଶୁ ଆଶୀର୍ବାଦ ପ୍ରଧାନ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ସାମାଜିକ ବିଜ୍ଞାନ ବିଭାଗରେ ଜୁନିୟର ଗ୍ରୁପରୁ ଶ୍ରୀମାନ୍ ଶ୍ରେୟାଂଶ ପୃଷ୍ଟି ଓ ଶ୍ରୀମାନ୍ ସାଇ ଅନିମେଶ ଜେନା ପ୍ରଥମ ସ୍ଥାନ ଓ ସୁଶ୍ରୀ ସାୟାଂଶୀ ପ୍ରିୟା ସାମଲ ଓ ସୁଶ୍ରୀ ସମୀକ୍ଷା ଶୁଭଦର୍ଶିନୀ ଦ୍ବିତୀୟ ସ୍ଥାନ, ସିନିୟର ଗ୍ରୁପରୁ ସୁଶ୍ରୀ ଡି. ଏସ୍. ରୁଚିପୂର୍ଣ୍ଣା ନାୟକ ଓ ଶ୍ରୀମାନ ବୁଦ୍ଧଦେବ ସାହୁ ପ୍ରଥମ ସ୍ଥାନ ଓ ଶ୍ରୀମାନ୍ ଦେବାଂଶୁ ପଣ୍ଡା ଓ ସୁଶ୍ରୀ ଅଦିତି ପାଣ୍ଡେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଗଣିତ ବିଭାଗରେ ଜୁନିୟର ଗ୍ରୁପରୁ ଶ୍ରୀମାନ୍ ଦିବ୍ୟାଶ ପାଣିଗ୍ରାହୀ ଓ ସୁଶ୍ରୀ ଏ. ତନୀସ୍କା ପ୍ରଥମ ସ୍ଥାନ ଓ ଶ୍ରୀମାନ୍ ହର୍ଷବର୍ଦ୍ଧନ ହରଲାଲକା ଓ ଶ୍ରୀମାନ ନଭନୀତ୍ ଦାଶ ଦ୍ବିତୀୟ ସ୍ଥାନ, ସିନିୟର ଗ୍ରୁପରୁ ସୁଶ୍ରୀ ସ୍ମୃତିରେଖା ଷଡ଼ଙ୍ଗୀ ଓ ସୁଶ୍ରୀ ସଂସ୍କୃତି ପରିଡ଼ା ପ୍ରଥମ ସ୍ଥାନ ଓ ଶ୍ରୀମାନ୍ ଅୟଶକାନ୍ତ ସେଠ୍ ଓ ଶ୍ରୀମାନ୍ ତନଭୀର ଧୀମାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଏହିଭଳି ପ୍ରଦର୍ଶନୀ ଅବଲୋକନ କରି ସମସ୍ତ ଅଭିଭାବକ ଓ ଅଭିଭାବିକାମାନେ ବିଦ୍ୟାର୍ଥୀ ତଥା ପ୍ରତିଯୋଗୀମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରଶଂସା ମଧ୍ୟ କରିଥିଲେ । ଏହାଦ୍ୱାରା ବିଦ୍ୟାର୍ଥୀମାନଙ୍କର ସୃଜନାତ୍ମକ ଶକ୍ତିର ବିକାଶ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Pearl dental clinic
Near Ashish Medical Store, Bhawanipatna

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.