ହୋଟେଲ କିମ୍ବା ରେସ୍ତୋରାଁ ଖାଦ୍ୟ ବିଲରେ ସର୍ଭିସ ଚାର୍ଜ ଆଦାୟ କରିପାରିବେ ନାହିଁ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Omkar Vasthu
Omkar Vasthu

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି । କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ । ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ କୁହାଯିବ । ସେବା ଶୁଳ୍କ ସଂଗ୍ରହ ଆଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ । ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ ।

Pearl dental clinic
Near Ashish Medical Store, Bhawanipatna

କୌଣସି ହୋଟେଲ କିମ୍ବା ରେସ୍ତୋରାଁ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଉପଭୋକ୍ତା ଦେଖିଲେ, ସମ୍ପୃକ୍ତ ହୋଟେଲ କିମ୍ବା ରେସ୍ତୋରାଁକୁ ବିଲ ପରିମାଣରୁ ସେବା ଶୁଳ୍କ ବାଦ୍‌ ଦେବାକୁ ଅନୁରୋଧ କରିପାରିବେ । ଏଥିସହିତ ଉପଭୋକ୍ତା ଜାତୀୟ ହେଲ୍ପଲାଇନ (ଏନସିଏଚ)ରେ ୧୯୧୫କୁ କଲ କରିପାରିବେ କିମ୍ବା ଏନସିଏଚ୍‌ ମୋବାଇଲ ଆପ୍‌ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ । ମାମଲା ପୂର୍ବରୁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଏହା କାମ କରିଥାଏ ।

Udyog Nursery
Udyogi Nursery

ଉପଭୋକ୍ତା ଅନୁଚିତ ବ୍ୟବସାୟ କାର୍ଯ୍ୟ ପଦ୍ଧତି ବିରୋଧରେ ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇ ପାରିବ । ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଅଭିଯୋଗ ସମାଧାନ ଲାଗି ଇ-ଦାଖଲ ପୋର୍ଟାଲ www.e-daakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତିରେ ଅଭିଯୋଗ ଦାଖଲ କରାଯାଇପାରିବ । ଏଥିସହିତ ଯାଞ୍ଚ ଏବଂ ସିସିପିଏ ଦ୍ବାରା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଉପଭୋକ୍ତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ସିସିପିଏକୁ com-ccpa@nic.in. ଇ-ମେଲରେ ଅଭିଯୋଗ ପଠାଯାଇ ପାରିବ । ସେବା ଶୁଳ୍କ ଲାଗୁ କରିବା ସମ୍ପର୍କରେ ଉପଭୋକ୍ତାଙ୍କ ଦ୍ବାରା ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନସିଏଚ)ରେ ଅନେକ ଅଭିଯୋଗ ଦାଖଲ କରାଯାଇଛି । ରେସ୍ତୋରାଁଗୁଡ଼ିକ ବାଧ୍ୟତାମୂଳକ ଭାବେ ସେବା ଶୁଳ୍କ ଲାଗୁ କରିବା, ସ୍ବତଃପ୍ରବୃତ୍ତ ଭାବେ ବିଲରେ ସେବା ଶୁଳ୍କକୁ ଯୋଡ଼ିବା, ଏପରି ଶୁଳ୍କ ପଇଠ କରିବା ଇଚ୍ଛାଧୀନ, ବିକଳ୍ପ ଆଧାରିତ ବୋଲି ଗ୍ରାହକଙ୍କୁ ଠିକ୍‌ ଭାବେ ସଚେତନ ନକରିବା ଏବଂ ସେବା ଶୁଳ୍କ ପଇଠ କରିବାକୁ ରାଜି ନହେଲେ ଉପଭୋକ୍ତାଙ୍କୁ ଶୋଷଣ କରିବା ଭଳି ଅଭିଯୋଗ ଏଥିରେ ସାମିଲ ରହିଛି ।

ସେବା ଶୁଳ୍କ ସଂକ୍ରାନ୍ତ ବିଭିନ୍ନ ମାମଲାରେ ଉପଭୋକ୍ତା ଆୟୋଗ ଉପଭୋକ୍ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଏବଂ ଏଭଳି ଶୁଳ୍କ ଆଦାୟକୁ ଅନୁଚିତ ବ୍ୟବସାୟିକ ପଦ୍ଧତି ଏବଂ ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.