କାଉଗୁଡ଼ା ଉଚ୍ଚ ବିଦ୍ୟାଳୟରେ ୭୩ତମ ବନ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବନ ବିଭାଗ ତରଫରୁ ଆଜି ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତର କାଉଗଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ସିକେରକୁପା ସେକ୍ସନ ଫରେଷ୍ଟର ଭାଗିରଥୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମ୍ମାନିତ ଅତିଥି ଗୁଣାତ୍ମକ ଶିକ୍ଷା ବିଶେଷଜ୍ଞ ଅମିତ କୁମାର ଆଚାର୍ଯ୍ୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, ଫରେଷ୍ଟ ଗାର୍ଡ ମାଧବୀ ବିଭାର, ବରିଷ୍ଠ ଶିକ୍ଷକ ଜନ୍ମେଜୟ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର, ଶିକ୍ଷକ ଗୈାରଚନ୍ଦ୍ର ପଟ୍ଟନାୟକ, କୃଷି ଶିକ୍ଷକ ପ୍ରଦିପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଖେଳ ଶିକ୍ଷକ ଅମୂଲ୍ୟ ନାଏକ ଏବଂ ବନ ବିଭାଗ ତରଫରୁ ଚନ୍ଦ୍ରଧ୍ବଜ ଶବର ପରିଚାଳନା ସହିତ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ଲଗେଇବା ପାଇଁ ଆହ୍ୱାନ ଦେଇଥିଲେ। ଏହା ପରେ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଅତିଥିମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ବିଦ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି କାଉଗୁଡ଼ା ଗାଁ ପରିଭ୍ରମଣ କରି ଫେରିବା ପରେ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.