ସ୍ୱାମୀ ବିବେକାନନ୍ଦଙ୍କ ମହାସମାଧି ଦିବସ ଉପଲକ୍ଷେ ଅଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ସ୍ୱାମୀ ବିବେକନନ୍ଦଙ୍କ ମହାସମାଧି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ‘ଯୁବକ ଯୁବତୀ ମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆହ୍ୱାନ’ ଶିର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକ ମୁଖ୍ୟ ଅତିଥି ସହ ସଭା ପରିଚାଳନା କରିଥିବା ବେଳେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ନବୀନ କୁମାର ସା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ‘ଦେଶପ୍ରେମ, ଭାଇଚାର ତଥା ରାଷ୍ଟ୍ରଗଠନରେ ଯୁବକ ଯୁବତୀ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ସ୍ୱାମୀ ବିବେକାନନ୍ଦଙ୍କ ନୀତି ଆଦର୍ଶ ଅନୁସରଣ କଲେ ନିଃସନ୍ଦେହ ଭାରତ ଜଗତଗୁରୁ ହୋଇପାରିବ’ ବୋଲି ସଭାରେ ମତ ପ୍ରକାଶ ପାଇଛି। ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ ହୋଇଥିଲା। ସୁଶାନ୍ତ ନାଏକ, ଜଗମୋହନ ମାଝୀ, ବୈଶାଖୀ ନାଏକ, ବୃଷଭ ଦାସ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବାବେଳେ ଘନଶ୍ୟାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.