ମାଟ୍ରିକ ପରୀକ୍ଷା ଫଳରେ ରେକର୍ଡ କଲା ବ୍ରଜମୋହନ ହାଇସ୍କୁଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏଥିରେ କଳାହାଣ୍ଡି ଜିଲ୍ଲାର ସର୍ବପୁରାତନ ବ୍ରଜମୋହନ ହାଇସ୍କୁଲ ରେକର୍ଡ ପରିମାଣର ପାସ ହାର ହାସଲ କରିଛି। ବିଦ୍ୟାଳୟର ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୦୬ଜଣ ପାସ କରିଛନ୍ତି, ଯାହାକି ୯୮.୧୪ ପ୍ରତିଶତ। ବିଭିନ୍ନ ଗ୍ରେଡରେ ଛାତ୍ରଛାତ୍ରୀ ମାନେ ପାସ ହୋଇଥିବାବେଳେ ଜଣେ ଏ୧, ୩୫ଜଣ ଏ୨, ୫୦ଜଣ ବି୧, ୧୬ଜଣ ବି୨, ୩ଜଣ ସି ଏବଂ ଜଣେ ଛାତ୍ର ଡି ଗ୍ରେଡ ପାଇଛନ୍ତି। ତେବେ କୋଭିଡ ସମୟ ଚାଳୁଥିଲେ ମଧ୍ୟ ଶିକ୍ଷକ ମାନଙ୍କ ଶିକ୍ଷାଦାନ ଓ ଦାୟିତ୍ୱବୋଧ ଛାତ୍ରଛାତ୍ରୀ ମାନଙ୍କୁ ଏହି ସଫଳତା ହାସଲ ଦିଗରେ ସହାୟକ ହୋଇଛି। ନିରନ୍ତର ପ୍ରୟାସ, ଛାତ୍ରଛାତ୍ରୀଙ୍କ ଉଦ୍ୟମ ଓ ଶିକ୍ଷକମାନଙ୍କ କର୍ମ ତତ୍ପରତା ଯୋଗୁ ଏହା ସମ୍ଭବ ହୋଇଛି ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିଦ୍ୟାଳୟର ଏହି ସଫଳତାକୁ ସାଧାରଣ ମହଲରେ ବେଶ ପ୍ରଶଂସା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.