ଭାରସାମ୍ୟ ହରାଇ ଓଲଟିଲା ବେଦାନ୍ତ ଆଲୁମିନିୟମ ବୋଝେଇ ଟ୍ରକ

ଅଳ୍ପକେ ବର୍ତ୍ତିଲେ ଚାଳକ ଏବଂ ସହଯୋଗୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଛକରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ପୋଖରୀବନ୍ଧ ବୁଲାଣିରେ ନିକଟରେ ଆରଜି-୧୯-ଜିଏଫ୍-୩୬୪୭ ନମ୍ବର ବିଶିଷ୍ଟ ବେଦାନ୍ତ ଆଲୁମିନିୟମ ଟ୍ରକ ଓଲଟି ପଡିଛି। ଆଜି ସକାଳେ ଟ୍ରକଟି ଭବାନୀପାଟଣା ପଟେ ଯାଉଥିବା ବେଳେ ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା। ଟ୍ରକଟି ରାସ୍ତା କଡ଼ରେ ପଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଚାଳକ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଅନେକ ସମୟରେ ବେଦାନ୍ତର ଭାରି ଯାନ ଗୁଡିକ ଏହି ରାସ୍ତାରେ ଦ୍ରୁତ ଗତିରେ ଯାତାୟାତ କରି ଏପରି ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ସଡ଼କ ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ଅମୂଲ୍ୟ ଧନଜୀବନ ନଷ୍ଟ ହେଉଥିବା ଦେଖାଯାଇଛି। ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ କୈାଣସି ଅଙ୍କୁଶ ରହୁନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.