ପ୍ରାଥମିକ କୃଷି ସମବାୟ ସମିତି ଯୋରାଡବରାର ନୂତନ ସଭାପତିଙ୍କ ଦାୟିତ୍ୱ ଗ୍ରହଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ସାରା ଓଡ଼ିଶାରେ ସମାପ୍ତ ହୋଇଛି ସମବାୟ ନିର୍ବାଚନ। ନବ ନିର୍ବାଚିତ ସଭାପତିମାନେ ନିଜ ନିଜ ଦାଇତ୍ବ ଗ୍ରହଣ କରୁଛନ୍ତି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ସଭାପତି ଦେବରାଜ ରଣା ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରୀ ରଣା ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ଉକ୍ତ ସମବାୟ ସମିତିରେ ଧବଳେଶ୍ଵର ସାହୁ, ମନୋରଞ୍ଜନ ସାହୁ, ମନୋଜ ପରିଡା, ଶିବାଜୀ ସାହୁ, ବାବୁଲାଲ୍ ସାହୁ, ସରୋଜ ସାହୁ, ଚୌଧୁରୀ ସାହୁ, କ୍ଷୀରମଣୀ ସାହୁ, ବିଜୟ ଦାଶ, ଅବନ୍ତି ସାହୁ, ସଜନାବତୀ ସାହୁ, ପୃଥିରାଜ ମାଝୀ, ଟଙ୍କଧର ସାହୁ ଏମିତି ସର୍ବମୋଟ ୧୫ଜଣ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ରଣାଙ୍କୁ ସମସ୍ତେ ନିର୍ଦ୍ଵନ୍ଦ୍ଵରେ ପ୍ରସ୍ତାବ ଆଣି ସମର୍ଥନ ଜଣାଇଥିଲେ। ପରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। କୌଣସି ପ୍ରତିଦ୍ଵନ୍ଦି ନଥିବାରୁ ପ୍ରଶାସନ ବିଦ୍ଧିବଦ୍ଧ ଭାବରେ ଶ୍ରୀ ରଣାଙ୍କୁ ସଭାପତି ଘୋଷଣା କରିଥିଲା। ଚାଷି ମାନଙ୍କ ଧାନ ବିକ୍ରି, ଟୋକନ୍ ପ୍ରକ୍ରିୟା, ସାର ଓ ବିହନ ଉଚିତ ସମୟରେ ଠିକ ପରିମାଣରେ ଯୋଗାଇବା ଏବଂ ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିବାରେ ସ୍ଵଚ୍ଛତା ଆଣିବାରେ ପ୍ରୟାସ କରିବା ପାଇଁ ନୂତନ ସଭାପତି ମତବ୍ୟକ୍ତ କରିଛନ୍ତି।ଦାୟିତ୍ୱ ଗ୍ରହଣ ପରେ ଶ୍ରୀରଣାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.