ଟିକିରି-କାଶୀପୁର ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନାର ପ୍ରୟାସ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶୀପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହାର ପାରିପାର୍ଶ୍ବକ ଗ୍ରାମଗୁଡିକରେ ଜନସାଧାରଣଙ୍କ ସ୍ଵାସ୍ଥ୍ୟ ଓ କଲ୍ୟଶଣ ନିମନ୍ତେ ପ୍ରତିବଦ୍ଧ ରହିଛି । ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ କମ୍ପାନୀ କୌଣସିଟି ପ୍ରୟାସ ହାତଛଡା କରିନାହିଁ ଏବଂ ଏହାର ଚତୁର୍ପାର୍ଶ୍ବରେ ଦେଖାଦେଉଥିବା ଯେକୌଣସି ସ୍ଵାସ୍ଥ୍ୟ ସମ୍ପର୍କିତ ସଙ୍କଟ ନିୟନ୍ତ୍ରଣ କରିବା ଦିଗରେ ଆଗଭର ହୋଇ ପଦକ୍ଷେପ ନେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ଏକ ସପ୍ତାହ ଠାରୁ କାଶୀପୁର ବ୍ଲକ୍‌ରେ ବିଶେଷକରି ଟିକିରି ଓ ଡୁଡୁକାବାହାଲ ସବ୍‌ସେଣ୍ଟର ଅଞ୍ଚଳରେ ଡାଇରିଆ ବ୍ୟାପିବା ଆରମ୍ଭ ହୋଇଛି। ଏ ଦିଗରେ ତ୍ଵରାନ୍ବିତ ପଦକ୍ଷେପ ସ୍ୱରୂପ ଉତ୍କଳ ଆଲୁମିନାର ସିଏସ୍‌ର ଟିମ୍ ସହିତ ଏକ ଡାକ୍ତରୀ ଦଳ ଡାଇରିଆ ପ୍ରଭାବିତ ଡୁଡୁକାବାହାଲ ଏବଂ ଝୋଡିଆ ସାହି ଟିକିରିକୁ ୨୦୨୨ ଜୁଲାଇ ୧୫ ଓ ୧୬ ତାରିଖରେ ଗସ୍ତ କରିଥିଲେ।

Udyog Nursery
Udyogi Nursery


ଗସ୍ତ କାଳରେ ଉତ୍କଳ ହସପିଟାଲର ଡାକ୍ତର ଡାଇରିଆ ରୋଗୀ କୃଷ୍ଣ ଗୌଡଙ୍କର ଚିକିତ୍ସା କରିବା ସହିତ ରାୟଗଡା ସବ୍ କଲେକ୍ଟର, କାଶୀପୁର ବିଡିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କୁ ଔଷଧ ଏବଂ ହାଲୋଜେନ୍ ବଟିକା ଯୋଗାଇ ଦେଇଥିଲେ। ଆଉ ଚାରିଜଣ ରୋଗୀଙ୍କର ମଧ୍ୟ ଚିକିତ୍ସା କରାଯିବା ସହିତ ସେମାନଙ୍କୁ ଔଷଧ ଯୋଗାଇ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରେ ୧ ବର୍ଷରୁ ୧.୫ ବର୍ଷ ବୟସର ତିନିଜଣ ଶିଶୁ ରହିଥିଲେ। ପାରିପାର୍ଶ୍ଵକ ଗ୍ରାମଗୁଡିକୁ ବିଶୋଧନ କରିବା ସକାଶେ ଉତ୍କଳ ଆଲୁମିନା ପକ୍ଷରୁ ଗ୍ରାମର ଅଙ୍ଗନବାଡି କର୍ମୀଙ୍କୁ ୨୫ କିଲୋଗ୍ରାମ ବ୍ଲିଚିଂ ପାଉଡର ଯୋଗାଇ ଦିଆଯାଇଥିଲା । ତତ୍‌ପରେ ଉତ୍କଳ ଆଲୁମିନାର ସମୁଦାୟ ଟିମ୍ ଆଉ ଏକ ଡାଇରିଆ ପ୍ରଭାବିତ ଟିକିରିର ପଡାଗ୍ରାମ ଝୋଡିଆସାହିକୁ ଯାଇଥିଲେ। ଉତ୍କଳ ଆଲୁମିନା ଟିମ୍ କାଶୀପୁରସ୍ଥିତ ସିଏସି ଡାକ୍ତରୀ ଦଳ ସହିତ ସକ୍ରିୟ ଭାବରେ ମିଶି ଘରକୁ ଘର ଗସ୍ତ ଏବଂ ଚିକିତ୍ସା ସମୟରେ ଆବଶ୍ୟକ ସମର୍ଥନ ଓ ସହଯୋଗ ଯୋଗାଇ ଦେଇଥିଲେ।


ଉତ୍କଳ ଆଲୁମିନାର ଉତ୍କଳ ହସପିଟାଲରେ ଏଭଳି ସଙ୍କଟର ମୁକାବିଲା କରିବା ସକାଶେ ସମସ୍ତ ଆବଶ୍ୟକ ସୁବିଧା ସୁଯୋଗ ରହିଛି। ଗତ ଏକ ସପ୍ତାହ ଧରି ଉତ୍କଳ ହସପିଟାଲ, ଓଷାପଡାରେ ୧୨୨ ଜଣ ରୋଗୀ ପଞ୍ଜିକୃତ ହୋଇଛନ୍ତି, ଯେଉଁମାନେ ଡାଇରିଆ ଏବଂ ତରଳ ଝାଡାରେ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୭୪ ଜଣ ରୋଗୀଙ୍କୁ ଆବଶ୍ୟକ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ପ୍ରଦାନ କରାଯାଇଛି ଏବଂ ୪୮ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଆବଶ୍ୟକ ଚିକିତ୍ସା କରାଯାଇଛି। ସମସ୍ତ ରୋଗୀ ସଫଳତାର ସହିତ ସୁସ୍ଥ ହେବାପରେ ଘରକୁ ଫେରିଛନ୍ତି । ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି ଯିଏ ଆବଶ୍ୟକତା ଅନୁଯାୟୀ ସରକାରୀ ଡାକ୍ତରୀ ଦଳ ସହିତ ସମନ୍ଵୟ ରକ୍ଷାକରି ଜନସାଧାରଣଙ୍କ ଦ୍ବାରଦେଶରେ ରୋଗୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେଉଛନ୍ତି। ଜରୁରୀ ସମୟରେ ରୋଗୀଙ୍କୁ ପରିବହନ କରିବାକୁ ଉତ୍କଳ ହସପିଟାଲରେ ଏକ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ରଖାଯାଇଛି। ଏଥ୍‌ସହିତ ଉତ୍କଳ ଆଲୁମିନାର ଟିମ୍ ସିଏସ୍‌ଆର ପାରିପାର୍ଶ୍ବକ ଗ୍ରାମଗୁଡିକରେ ଡାଇରିଆ ଓ ତରଳ ଝାଡା ନିରାକରଣ ସମ୍ପର୍କରେ ନିରନ୍ତର ସଚେତନତା ସୃଷ୍ଟି କରୁଛନ୍ତି ।


ଟିକିରିରେ ୨୦୨୨ ଜୁଲାଇ ୧୬ ତାରିଖ ଦିନ ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ଅବସରରେ ଶ୍ରୀମତୀ ସ୍ଵଧା ଦେବ ସିଂ, ଆଇଏଏସ୍, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ରାୟଗଡା ଓଷାପଡାସ୍ଥିତ ଉତ୍କଳ ହସପିଟାଲ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଡା.ଲାଲମୋହନ ରୟ, ସିଡିଏମ୍ଓ ରାୟଗଡା, ଶ୍ରୀ ଭୀମସେନ ସବର, ସବ୍ କଲେକ୍ଟର ରାୟଗଡା, ଶ୍ରୀ ଦେବାଶିଷ କର, ବିଡିଓ କାଶୀପୁର, ଶ୍ରୀ ଶରତ ଚନ୍ଦ୍ର ସବର, ତହସିଲଦାର କାଶୀପୁର, ଶ୍ରୀ ରାଜେଶ ପଟ୍ଟନାୟକ, ଡିପିଏମ୍ ଏବଂ ଅନ୍ୟ ସରକାରୀ ଅଧିକାରୀଗଣ ଉପସ୍ଥିତ ଥିଲେ। ସେମାନେ ଉତ୍କଳ ଆଲୁମିନାର ଡାକ୍ତର ଏବଂ ଅଧିକାରୀମାନଙ୍କ ସହିତ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଆବଶ୍ୟକ ସମୟରେ ଡାଇରିଆ ରୋଗୀଙ୍କର ଚିକିତ୍ସା ନିମନ୍ତେ ୩୦ ଶଯ୍ୟା ପ୍ରସ୍ତୁତ ରଖିବାକୁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କହିଥିଲେ। ପରିସ୍ଥିତି ସମ୍ପର୍କରେ ପ୍ରକାଶ କରି ଶ୍ରୀ ମଜହର ବେଗ୍, ୟୁନିଟ ହେଡ, ଉତ୍କଳ ଆଲୁମିନା ଜୋର୍ ଦେଇ କହିଛନ୍ତି ଯେ, ଆମର ସମସ୍ତ ସୁବିଧା ସୁଯୋଗ ଥିବା ଉତ୍କଳ ହସପିଟାଲ ଏବଂ ଅନ୍ୟାନ୍ୟ ସ୍ଵାସ୍ଥ୍ୟ ସମ୍ପର୍କିତ ସେବା ଜରିଆରେ ଏଭଳି ସ୍ଵାସ୍ଥ୍ୟ ସଙ୍କଟରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ଆମେ ପ୍ରସ୍ତୁତ ରହିଛୁ। ଡାଇରିଆ ରୋଗୀଙ୍କର ଚିକିତ୍ସା ନିମନ୍ତେ ସମ୍ପ୍ରତି ୨୮ଟି ଶଯ୍ୟା ସେବା ଯୋଗାଉଛି ଏବଂ ଏହିଭଳି ରୋଗୀଙ୍କ ନିମନ୍ତେ ଆଉ ୩୨ଟି ଶଯ୍ୟା ପ୍ରସ୍ତୁତ ରଖାଯିବ। ଆଉ ଅଧୂକ ଆବଶ୍ୟକତା ପଡିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଆମର ଡାକ୍ତରୀ ଦଳ ଏବଂ ସିଏସଆର ଟିମ୍ ସଙ୍କଟର ମୁକାବିଲା କରିବା କ୍ଷେତ୍ରରେ ସମ୍ମୁଖ ଭାଗରେ ରହିଛନ୍ତି। ମୋର ବିଶ୍ଵାସ ଯେ ସରକାରଙ୍କର ସ୍ଵାସ୍ଥ୍ୟ ବିଭାଗ ଏବଂ ଉତ୍କଳ ଆଲୁମିନାର ସମ୍ମିଳିତ ପ୍ରୟାସ ଦ୍ଵାରା ଆମେ ଆମ ଚତୁର୍ପାର୍ଶ୍ବରେ ଡାଇରିଆ ବ୍ୟାପିବାକୁ ନିୟନ୍ତ୍ରଣ କରିପାରିବୁ ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ରଖୁପାରିବୁ।


ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ସିଏସ୍‌ର ଆଣ୍ଡ୍ ସିଆର୍ ଆଣ୍ଡ୍ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ନିଜର ପାରିପାର୍ଶ୍ବକ ବିକାଶମୂଳକ କାର୍ଯ୍ୟଗୁଡିକ ରାୟଗଡା ଓ କଳାହାଣ୍ଡି ଆଦି ୨ଟି ଜିଲ୍ଲାରେ ୧୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗଭୀର ଭାବରେ ନିୟୋଜିତ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ତଥା ସାମାଜିକ ଚିନ୍ତାଜନକ ପ୍ରସଙ୍ଗଗୁଡିକର ସମାଧାନ ଆଦି ଏବିଜିର ପାଞ୍ଚଟି ଅଗ୍ରାଧୂକାର କ୍ଷେତ୍ରଭିଭିକ କାର୍ଯ୍ୟକ୍ରମ ଅଧୀନରେ ୟୁଏଆଇଏଲ ମୋଟ ଉପରେ ୨,୦୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି।ୟୁଏଆଇଏଲ୍‌ର ଅନନ୍ୟ ବହୁଧା ସହଭାଗୀ ଆଧାରିତ ପ୍ରୟାସମୂହ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜନଜୀବନକୁ ସମୃଦ୍ଧ କରିଆସୁଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶୀପୁର ପ୍ରତିନିଧି ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.