ଟିକିରି ଓ ଡୁଡୁକାବାହଲରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ

ଝାଡାବାନ୍ତିରେ ମୃତ ରୋଗୀଙ୍କ ପରିବାରଙ୍କ ସହ କଲେ ଆଲୋଚନା

ଡୁଡକାବାହଲରେ ସୋଲାର ପମ୍ପ କାର୍ଯ୍ୟକ୍ଷମ ପାଇଁ ଦେଲେ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ ଓ ଆଲାରାମ ଭାତ୍ରାଙ୍କ ରିପୋର୍ଟ): ରାୟଗଡା ଜିଲ୍ଳା କାଶିପୁର ବ୍ଳକର ଟିକିରି ଓ ଡୁଡୁକାବାହଲରେ ବ୍ୟାପିଥିବା ଝାଡବାନ୍ତି ତଥା ଡାଇରିଆ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରଙ୍କୁ ଭେଟି ଆଲୋଚନା କରିଛନ୍ତି ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ । ପ୍ରଥମେ କାଶିପୁର ବ୍ଳକର ଟିକିିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ଦିଆଯାଉଥିବା ଚିକିତ୍ସା ସେବାର ଅନୁଧ୍ୟାନ କରିଥିଲେ । ପରେ ସେଠାରୁ ସେ ଡାଇରିଆ ସଂକ୍ରମିତ ଅଂଚଳ ଟିକିରି ଝୋଡିଆ ସାହିକୁ ପରିଦର୍ଶନ କରିଥିଲେ । ସେଠାରେ ଡାଇରିଆ ରୋଗ ନିରାକରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ସମସ୍ତ ଚିକିତ୍ସା ଓ ସଚେତନ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଉକ୍ତ ସାହିରେ ଝାଡାବାନ୍ତିରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରଙ୍କୁ ଭୋଟି ଆଲୋଚନା କରିଥିଲେ । ସମସ୍ତଙ୍କୁ ଗରମ ପାଣି ଓ ଗରମ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେବା ସହ ଅଖ୍ୟାଦ୍ୟ ଓ ଦୂଷିତ ଜଳକୁ ପାନୀୟ ରୂପେ ବ୍ୟବହାର ନ କରିବାକୁ ସଚେତନ କରାଇଥିଲେ । ସେଠାରୁ ସେ ଡୁଡୁକାବାହଲ ଅଭିମୁଖେ ଯାଇ ସେଠାରେ ମୃତ୍ୟୁ ବରଣ କରିଥିବା ସବିତା ନାଏକଙ୍କ ପରିବାରଙ୍କ ସହ ଆଲୋଚନା କରିଥିଲେ ଏବଂ ଗ୍ରାମବାସୀ ପିଉଥିବା ପାନୀୟ ଜଳର ଉତ୍ସ ସ୍ଥାନଗୁଡିକ ବୁଲି ଦେଖିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡୁଡୁକାବାହଲ ଗ୍ରାମରେ ଦୀର୍ଘ ଦିନ ଧରି ପଡି ଅଚଳ ହୋଇ ପଡି ରହିଥିବା ସୋଲାର ଡୁଆଲ ପମ୍ପକୁ ଆଗାମୀ ଦୁଇ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯଦି ସଂଯୋଗ ଦେବାରେ ବିଳମ୍ବ ହୁଏ ତାହା ହେଲେ ସିଧାସଳଖ ଜିଲ୍ଳାପାଳଙ୍କୁ ଅବଗତ କରାଇବା ପାଇଁ ନାଏବ ସରପଂଚଙ୍କୁ ଜଣାଇଥିଲେ ଜିଲ୍ଳାପାଳ । ସେଠାରୁ ଜିଲ୍ଳାପାଳ ଶ୍ରୀମତି ସିଂ ଉତ୍କଳ ଆଲୁମିନା କମ୍ପାନୀ ଦ୍ୱାରା ପରିଚାଳିତ ଉତ୍କଳ ହସ୍ପିଟାଲ ପରିଦର୍ଶନ କରିବା ସହ ଅଂଚଳରେ ଡାଇରିଆ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଯଦି ବୃଦ୍ଧି ପାଏ ତାହାହେଲେ ୩୦ଗୋଟି ଅତିରିକ୍ତ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଉତ୍କଳ ହସ୍ପିଟାଲ କର୍ତୁପକ୍ଷଙ୍କୁ । ତେବେ କର୍ତୁପକ୍ଷ ମଧ୍ୟ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକୁ ସହମତି ଦେବା ସହ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଡୁଡୁକାବାହଲ ଓ ଟିକିରି ଝୋଡିିଆ ସାହିରେ ସାନିଟାଇଜେସନ୍ କରିବା ପାଇଁ ସହମତି ଦେଇଥିଲେ । ତେବେ ଝାଡାବାନ୍ତିରେ ନା ଅନ୍ୟ କୈାଣସି ସ୍ୱାସ୍ଥ୍ୟଗତ କାରଣରୁ ୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ରିପୋର୍ଟ ପରେ ଜିଲ୍ଳାପାଳଙ୍କ ଏହି ଗସ୍ତ ବେଳେ ଉପଜିଲ୍ଳାପାଳ ଭୀମଶେନ ଶବର, ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ, ଡିପିଏମ ରାଜେଶ ପଟ୍ଟନାୟକ, ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଚିତରଂଜନ ଜେନା, ବିଡିଓ ଦେବାଶିଷ କର, ତହସିଲଦାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଟିକିରି ଥାନା ଆଇଆଇସି ବନ୍ଦନା ନାଏକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.