ରାୟଗଡ଼ା ଜିଲ୍ଳାରେ ଏବେ ବି ଡାଇରିଆ ପରିସ୍ଥିତି ଆଶ୍ଚର୍ଯ୍ୟଜନକ -ସପ୍ତଗିରି ଉଲାକା

ରାୟଗଡା ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଗଭର୍ଣ୍ଣିଂ ବଡି ବୈଠକରେ କୋରାପୁଟ ସାଂସଦଙ୍କ ଉଦ୍‌ବେଗ

ଡିଏମଏଫ ଫଣ୍ଡ ଓ ସରକାରୀ ଅନୁଦାନରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ଫଳ ଶୁନ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳ କାଶିପୁର ବ୍ଳକରେ ଦେଖାଦେଇଥିବା ଝାଡାବାନ୍ତି ରୋଗର ଭୟାଭୟତାକୁ ଦୃଷ୍ଟିରେ ରଖି ଜିଲ୍ଳା ସ୍ୱାସ୍ଥ୍ୟ ସମିତିର ଗର୍ଭର୍ଣ୍ଣିଂ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା । ସେ କହିଛନ୍ତି କାଶିପୁର ବ୍ଳକରେ ଡିଏମଏଫ ପଣ୍ଡ ସହ ସରକାରଙ୍କ ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ଅନୁଦାନ ଜିଲ୍ଳାକୁ ମିଳୁଥିବା ସ୍ୱତେ ବ୍ଳକରେ ପିଇବା ପାଣିର ସମସ୍ୟା, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଏବଂ ଡାଇରିଆ ଭଳି ରୋଗରେ ଲୋକେ ମୃତ୍ୟୁବରଣ କରୁଥିବାରୁ ମୁଁ ନିଜକୁ ଲଜ୍ଜିତ ମନେ କରୁଛି । ରାଜ୍ୟ ସରକାର ଏବଂ ଜିଲ୍ଳା ପ୍ରଶାସନ ଲୋକଙ୍କୁ ତାଙ୍କର ମୈାଳିକ ସେବା ଯୋଗାଇବାରେ ବିଫଳ ହେଉଛନ୍ତି ତେଣୁ ଜିଲ୍ଳାର ବିଭିନ୍ନ ଚିକିତ୍ସାଳୟରେ ଖାଲି ଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଦରକାର ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିବା ସହ ବୈଠକରେ ଆଲୋଚନା ମାଧ୍ୟମରେ ନୁହେଁ ବରଂ କାର୍ଯ୍ୟ କରି ଜିଲ୍ଳାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାର ବେଳେ ଆସିଛି ବୋଲି ମଧ୍ୟ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ଜିଲ୍ଳା ସ୍ୱାସ୍ଥ୍ୟ ସମିତି, ଜିଲ୍ଳା ସ୍ୱାସ୍ଥ୍ୟ ମିଶନ ଏବଂ ରୋଗୀ କଲ୍ୟାଣ ସମିତିର ପରିଚାଳକ ନିକାୟ ବୈଠକ ବାରିଝୋଲା ସ୍ଥିତ ସିଡିଏମଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ସୁଧୀର କୁମାର ଦାସଙ୍କ ସମେତ ରାୟଗଡା ଓ ଗୁଣପୁର ବିଧାୟକଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ ସ୍ୱାଗତ ସମ୍ଭାଷଣା ପ୍ରଦାନ କରିଥିବା ବେଳେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ମାଝି ମଧ୍ୟ କାଶିପୁରରେ ଝାଡାବାନ୍ତି ରୋଗର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେବା ସହ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କିଭଳି ଉନ୍ନତୀ ଆସିବ ସେଥିପ୍ରତି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ ।

Udyog Nursery
Udyogi Nursery

ବୈଠକରେ ୨୦୨୧-୨୨ବର୍ଷର ବାର୍ଷିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିପିଏମ ରାଜେଶ ପଟ୍ଟନାୟକ ଉପସ୍ଥାପନା କରିଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା ଡିସେମ୍ବର ସୁଦ୍ଧା ଆପାତକାଳୀନ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଥିବା ବେଳେ ୧୩୯ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଜରିଆରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ୧୨ଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିଶ୍ଚିତ କରାଯାଇଛି । କାଶିପୁରରେ ଝାଡାବାନ୍ତି ଜନିତ ସମସ୍ୟାର ସମାଧାନ ପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳକୁ ନିୟୋଜିତ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜିଲ୍ଳାପାଳ ଶ୍ରୀମତି ସିଂ ପ୍ରକାଶ କରିଥିଲେ । ପରିବାର କଲ୍ୟାଣ ଦିଗରେ ରାୟଗଡା ଜିଲ୍ଳା ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଉପସ୍ଥିତ ସଦସ୍ୟମାନେ ପ୍ରଶଂସା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.