ଗତ ବର୍ଷ ବର୍ଷାରେ ଭୁଶୁଡ଼ି ପଡିଥିଲା ଘର, ଏବେ ଝାଟି ମାଟି ଘରେ ଦୁଃଖରେ ଦିନ କାଟୁଛନ୍ତି ବିଧବା ମହିଳା

ଓଡିଆ ବାର୍ତ୍ତା / କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମପଞ୍ଚାୟତ ଯମୁନାପୁର ଗ୍ରାମର ବିଧବା ମହିଳା ଫୁଲମତି ସାହୁ ଏକ ଝାଟିମାଟି କୁଡ଼ିଆରେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଗତବର୍ଷର ଲଗାଣ ବର୍ଷାରେ ତାଙ୍କ ଘର ଭୁଶୁଡ଼ି ପଡିଥିଲା। ସେ ଅତି ଗରୀବ ଶ୍ରେଣୀର ହୋଇଥିବା ହେତୁ ଘର ତିଆରି କରି ନପାରି ଝାଟିମାଟି କୁଡ଼ିଆରେ ରହୁଛନ୍ତି। ଘର ଭାଙ୍ଗିଯିବାର ବର୍ଷେ ପରେ ମଧ୍ୟ ତାଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହେଉଛି। ତେଣୁ ଏହି ଅସହାୟ ମହିଳାଙ୍କୁ ତୁରନ୍ତ ଘର ଖଣ୍ଡେ ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ। ଅନ୍ୟପକ୍ଷରେ ବୋରପଦରର ନୂତନ ସରପଞ୍ଚ ସୁବାଷ ସାହୁ ନିଜେ ଉକ୍ତ ମହିଳାଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ପ୍ରଶାସନ ଓ ରାଜସ୍ୱ ନିରୀକ୍ଷକଙ୍କୁ ରିପୋର୍ଟ କରିଥିବା ଜଣାପଡିଛି। ତେବେ ଦେଖିବାକୁ ବାକି ରହିଲା ଏହି ଅସହାୟ ମହିଳା କେବେ ଥଇଥାନ ହୋଇ ପାରୁଛନ୍ତି ଓ କେବେ ମିଳିବ ସରକାରୀ ସହାୟତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.