ଘର ଭିତରକୁ ମାଡ଼ିଗଲା ବେଦାନ୍ତ ଆମ୍ବୁଲାନ୍ସ, ୫ ଗୁରୁତର

ମଦ୍ୟପାନ କରି ଗାଡି ଚାଳନାର କରୁଣ ପରିଣତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଦେହେଲି ଗ୍ରାମ ପୂର୍ବରୁ କେରାଣ୍ଡିଖୁଣ୍ଟି ଛକ ନିକଟରେ ଶନିବାର ରାତି ୮ ଘଣ୍ଟା ସମୟରେ ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀର ଏକ ଆମ୍ବୁଲାନ୍ସ ଗାଡି ନମ୍ବର ଏପି ୩୯ ଟିଭି ୨୪୯୪ ସୁନା ପରିବାର ରହୁଥିବା କୁଡ଼ିଆ ଘର ଭିତରକୁ ମାଡିଯିବା ଫଳରେ ପରିବାରର ୫ ଜଣ ଗୁରୁତର ଆଘାତ ପ୍ରାପ୍ତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଆଉ ଜଣେ ବ୍ୟକ୍ତି କୌଶଳ କ୍ରମେ ଖସି ପଳାଇଥିଲେ । ସୁନା ପରିବାର ରାତି ଖାଇ ବସିଥିବା ବେଳେ ତାଙ୍କ ପଲିଥିନ ଢଙ୍କା ଝାଟି ମାଟିର କୁଡ଼ିଆ ଭିତରକୁ ମାଡିଯିବା ଫଳରେ ପରିବାରର ଦୁଇଜଣ ମହିଳା, ଜଣେ ପୁରୁଷ ଓ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତିନିଜଣଙ୍କ ସକାଳ ୯ ଘଣ୍ଟା ସମୟରେ ଭବାନୀପାଟଣା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉଥିବା ବେଳେ ଏବେ ଦୁଇଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବାପାଇଁ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି ।ଅଦ୍ୟାବଧି ଆମ୍ବୁଲାନ୍ସ କୁ କଢ଼ାଯାଇ ନଥିବା ବେଳେ ବେଦାନ୍ତ କତ୍ତୃପକ୍ଷ ଆହତ ପରିବାରକୁ କ୍ଷତିପୂରଣ ଦେବାପାଇଁ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇ କଥାବାର୍ତ୍ତା କରୁଥିବା ଜଣାପଡିଛି । ବାଗପୁର ସରପଞ୍ଚ ଗୋପାଳ ହାତୀ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ରହି ଆହତ ସୁନା ପରିବାରଙ୍କ ତରଫରୁ ବେଦାନ୍ତ କମ୍ପାନୀ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି । ବେଦାନ୍ତ କମ୍ପାନୀ ଆମ୍ବୁଲାନ୍ସ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଏବେ ଦୁଇବର୍ଷ ହୋଇଗଲା ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ରେ ନିୟୋଜିତ ବିଭିନ୍ନ ଗଡ଼ିଗୁଡିକ ବାରମ୍ବାର ଦୁର୍ଘଟଣା ଗ୍ରସ୍ତ ହୋଇ ସ୍ଥାନୀୟ ଅନେକ ଧନ ଜୀବନ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ହୋଇ ପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.