ନର୍ଲାରେ ବ୍ରାହ୍ମଣ ସମାଜର ସଭା, ସୁସଂଗଠିତ ହେବାକୁ ଆହ୍ବାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡିର ଆହ୍ୱାନ କ୍ରମେ ଆଜି ନର୍ଲା ସ୍ଥିତ ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲେକ୍ସର ସମ୍ମିଳନୀ କକ୍ଷରେ ବ୍ରାହ୍ମଣ ସମାଜର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବ୍ରାହ୍ମଣ ସଦସ୍ୟ ନରସିଂହ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ନର୍ଲାର ଶିବଦାସ ଚାନ୍ଦ, ଗଙ୍ଗାଧର ଷଡଙ୍ଗୀ ଓ ଯୋଗେଶ ଚନ୍ଦ୍ର ଚାନ୍ଦ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଥମେ ପୂଜାର୍ଚ୍ଚନା ପରେ ଗତକାଲି ଦେହାନ୍ତ ହୋଇଥିବା ନର୍ଲାର ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ଶିକ୍ଷକ ବଳରାମ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନର୍ଲା ବ୍ଲକ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ବ୍ରାହ୍ମଣ ପରିବାର ମାନଙ୍କୁ ସଂଗଠନରେ ଏକତା ସୂତ୍ରରେ ଯୋଡି କଳାହାଣ୍ଡି ବ୍ରାହ୍ମଣ ସମାଜକୁ ଏକ ଦୃଢ଼ ସଙ୍ଗଠନରେ ପରିଣତ କରିବା ପାଇଁ ଅତିଥି ମାନେ ଆହ୍ୱାନ ଦେଇଥିଲେ। ସମାଜର କଲ୍ୟାଣ ସହ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସବୁ ହାତକୁ ନେଇ ବ୍ରାହ୍ମଣ ସମାଜ କାର୍ଯ୍ୟ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ ୩୧ ତାରିଖରେ ନର୍ଲା ଠାରେ ବ୍ରାହ୍ମଣ ସମାଜର ପରବର୍ତ୍ତୀ ବୈଠକ ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା। ସମୀର ଚାନ୍ଦ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଦିଲ୍ଲୀପ ଚାନ୍ଦ, ଲିଙ୍ଗରାଜ ମିଶ୍ର, ସନ୍ତୋଷ କର, ମନୋଜ ଷଡଙ୍ଗୀ, ସୁରେନ୍ଦ୍ର ଚାନ୍ଦ, ମଧୁ ସୂଦନ ପାଢ଼ୀ, ବିଷ୍ଣୁନାଥ ଖାଡଙ୍ଗା, ସୁରେଶ ପାଢ଼ୀ, ଅଜୟ ନନ୍ଦ, ମନୋଜ ମହାପାତ୍ର, ବିଷ୍ଣୁ ବଡ଼ପଣ୍ଡା, ସୁନୀଲ ଚାନ୍ଦ, ବାୟା ତ୍ରିପାଠୀ, ବେଣୁଧର ଖାଡଙ୍ଗା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବ୍ରାହ୍ମଣ ସମାଜ ସଂଗଠନକୁ ପଞ୍ଚାୟତ ସ୍ତରରେ ମଧ୍ୟ ସଂଗଠିତ କରିବାକୁ ମତ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.