ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ଢେପଗୁଡ଼ା ନିକଟସ୍ଥ ଏକ ପୋଲରେ ଓଲଟି ପଡିଛି ଏକ ଆଲୁମିନୟମ ବୋଝେଇ କଣ୍ଟେନର। ବିଶାଖାପାଟଣା ଠାରୁ ଝାରସୁଗୁଡ଼ା ପଟେ ଯାଉଥିବା ବେଳେ ଆଲୁମିନିୟମ କଣ୍ଟେନରଟି ଢେପଗୁଡ଼ା ନିକଟସ୍ଥ ପୋଲରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଭାରସାମ୍ୟ ହରାଇ କଣ୍ଟେନରଟି ଓଲଟି ପଡିବା ପରେ ରାସ୍ତା ଅବରୋଧ ଭଲି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଖସରା ହୋଇଥିବା ବେଳେ ଏଥି ଯୋଗୁଁ ଚାଳକ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିବା ଜଣାପଡିଛି। ଆଲୁମିନିୟମ ପାଉଡର ବୋଝେଇ କଣ୍ଟେନର ରାସ୍ତା ଉପରେ ପଡିରହିଥିବା ବେଳେ ଏକ ପ୍ରକାର ରାସ୍ତା ଅବରୋଧ ଭଲି ପରିସ୍ଥିତି ସୃଷ୍ଟି ହୋଇଛି।