ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ୧ ନଭେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ପରିଚାଳିତ ହେବ। ଯେଉଁଥି ପାଇଁ ଚାଷୀଙ୍କୁ ନିଜ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠିୀ, ପାଣି ପଞ୍ଚାୟତରେ ଆଗୁଆ ପଞ୍ଜିକରଣ କରିବା ପାଇଁ ପଡିବ। ଖରିଫ ଧାନ ଚାଷ କରୁଥିବା ଚାଷୀ ମାନେ ବିଶଦ ବିବରଣୀ ସହ ଦରଖାସ୍ତ ଦେଇ ଚାଷୀ ସମିତିରେ ନୂତନ ଭାବେ ପଞ୍ଜିକରଣ କରିବା ଜରୁରୀ। ଚାଷୀ ନିକଟସ୍ଥ ସମିତିରୁ ନୂତନ ପଞ୍ଜିକରଣ ଫର୍ମ ସଂଗ୍ରହ କରିବା ସହ ଏହା ପୂରଣ କରି ୧୫ ଜୁଲାଇରୁ ୧୬ ଅଗଷ୍ଟ ମଧ୍ୟରେ ସମିତି କାର୍ଯ୍ୟାଳୟରେ ଆବେଦନ କରି ପାରିବେ। ଏହା ଛଡା ଏହି ଫର୍ମ www.Foododisha.in ରେ ମଧ୍ୟ ଉପଲବ୍ଧ ଅଛି।