ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କୁ ବିଜେଡ଼ିର ସମର୍ଥନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବିଜେଡି ନିଜର ପୂର୍ବଧାରା ବଜାୟ ରଖି ବିଜେପି ନେତୃତ୍ବାଧୀନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଯାହା ଆକଳନ କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜେଡି। ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡିଏ ପ୍ରାର୍ଥୀ ଜଗଦ୍ବୀପ ଧନଖରଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡ଼ି। ଧାନକରଙ୍କ ଦ୍ୱାରା ନାମାଙ୍କନ ଦାଖଲ ସମୟରେ ସମସ୍ତ ବିଜେଡ଼ି ସାଂସଦ ଉପସ୍ଥିତ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜଗଦୀପ ଧନଖର ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ଏବଂ ଅଗଷ୍ଟ ୬ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.