ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ପରସରରେ ଆଜି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କୁ ମନ୍ଦିର କମିଟି ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ଗତ କରୋନା କାଳରେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଠାରୁ ଆମ୍ଭ କରି ସମସ୍ତ ବ୍ଲକରେ ପହଞ୍ଚି ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ କଳାହାଣ୍ଡି ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ ସାଉଲ। ଏହାସହ ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକଙ୍କୁ ସାହାର୍ଯ୍ୟ କରି ସେ ମାନବିକତାର ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଥିଲେ। ତେଣୁ ତାଙ୍କ ସେବାକାର୍ଯ୍ୟକୁ ଦେଖି ଆଜିର ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି। ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବାୟତ ଚର୍ତୁଭୂଜ ନାଏକ, ଜଗନ୍ନାଥ ସେବା ସମିତିର ସଦସ୍ୟ ଦୁର୍ଗେ ରଣା, ଜମୁନା ପ୍ରସାଦ ଅଗ୍ରୱାଲ, ମଧୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.