ଏ ପାପୀ ମନ ତୁମକୁ ଖୋଜିବ
କେବେ ଦେବ ଆଉ ଦେଖା
ବାହୁଡି ଗଲ ହେ କାଳିଆ ସାଆନ୍ତେ
ତୁମକୁ ଖୋଜି ମୁଁ ଅଥା ।
ଦେଖିବି ତୁମକୁ ବୋଲି ଗଲି ବାହାରି
ପାରିଲିନି ଆଉ ମୁଁ ଦେଖି
ଏଇଠୁ ମୁଣ୍ଡିଆ ମାରିଲି କାଳିଆ
ମାନରେ ଭକତି ରଖି ।
ଝୁରୁଥିଲି ମୁଁ କେତେ ଦିନୁ ସତେ
ଦେଖିବାକୁ ତମ ଶ୍ରୀମୁଖକୁ
ସୁଖେ ରଖିଥିବ ଏହି ଭକତକୁ
ଟାଣିବ ନନ୍ଦିଘୋଷ ଆର ବରଷକୁ ।
ବରଷକେ ଥରେ ବୁଲି ଆସୁଛ
ଦେଖା ଦଉଛ ଥରେ
ଆର ବରଷକୁ ପୁଣି ଦେଖିବି ବୋଲି
ଏ ଆଖି ନୀତି ଝୁରେ ।
ଝୁଲି ଝୁଲି ଆସି, ନନ୍ଦିଘୋଷେ ବସି
ଚାଲିଗଲା ମାଉସୀ ଘର
ମୋହମାୟା ସଂସାରେ ବୁଡ଼ିଛି ମୁଁ ବୋଲି
କରି ଦେବ ନାହିଁ ପର ।
ଜଗତକୁ ଜିତି, ସୁଖ ଦୁଃଖ ବୁଝି
ହେଇଛ ଜଗତର ନାଥ
ଏ ଅନ୍ଧ ସଂସାର ଆଉ
ପାରୁନି ବଢ଼ି, ଯାଇଛି ଥକି
ଦେଖାଇ ଦିଅ ଉଜ୍ବଳ ପଥ ।
ଝୁଲି ଝୁଲି ଆସ, ମୁହଁରେ ଯେ ହସ
ଘଣ୍ଟ ହୁଳହୁଳି ବାଜି
ବରଷଇ ଦେଇ ପ୍ରେମ ଶ୍ରଦ୍ଧା ଭାବ
ଭକତଙ୍କ ମେଳେ ହଜି ।
ସୁଖରେ ରଖିଥାଅ,
ସୁଖର ସଂସାରକୁ
ହେ ପ୍ରଭୁ କାଳିଆ ଠାକୁର
ଆଉ କିଛି ମାଗିବି ନାହିଁ
ସବୁତ ପାଇଛି,
ଏତିକି ଗୁହାରି ଶୁଣିବ ମୋହର ।