ଶ୍ରାବଣ ପ୍ରଥମ ସୋମବାର: ଚଳଚଞ୍ଚଳ ବିଭିନ୍ନ ଶୈବପୀଠ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଶ୍ରାବଣର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ, ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ଘାଟରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ। ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ଆଜି ସକାଳୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ। ନର୍ଲା ବ୍ଲକର ଦେବଗିରି ମଠ, କେରାଣ୍ଡିଖୁଣ୍ଟି ଶିବ ମନ୍ଦିର, ସରିଆଁ ଶିବ ମନ୍ଦିର, ନର୍ଲା ଶିବ ମନ୍ଦିର, ବିଲାଟ ଶିବ ମନ୍ଦିର, ନର୍ଲାରୋଡ ଶିବ ମନ୍ଦିର, ଖମ୍ବପଡା ଶିବ, ବଲବସପୁର ଶିବ ମନ୍ଦିର ମନ୍ଦିର ପ୍ରଭୃତିର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।କଳାହାଣ୍ଡି ଜିଲ୍ଲାର ଏକ ପ୍ରସିଦ୍ଧ ପୀଠ ଦେବଗିରି ମଠ ବୁଢିପଦରର ଗୁମ୍ପା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବଙ୍କ ନିକଟରେ ଜଳଲାଗି କରିବାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନଙ୍କ ସମାଗମ ଲାଗି ରହିଛି। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବୋଲବମ ଭକ୍ତମାନଙ୍କ ରାତ୍ରି ରହଣୀ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କିଛି ଦିନର ଲଗାଣ ବର୍ଷା ପରେ ଆଜି ସକାଳୁ ପାଗ ଅନୁକୂଳ ଥିବାରୁ ମଠ, ମନ୍ଦିର ମାନଙ୍କରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.