ଧର୍ମଗଡ଼,୨୮/୩ : ଆଜି ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ପରିସରରେ ମାରଓ୍ବାଡି ଯୁବା ମଞ୍ଚ ଧର୍ମଗଡ଼ ଶାଖା ପକ୍ଷରୁ ଅମୃତଧାରା ଉଦଘାଟିତ ହୋଇଯାଇଛି।

ଏହାକୁ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ ଉଦଘାଟନ କରିଥିବା ବେଳେ ମାରଓ୍ବାଡି ଯୁବା ମଞ୍ଚର ପୂର୍ବତନ ସଭାପତି ସଚିନ ଅଗ୍ରୱାଲ, ସମ୍ପାଦକ ନିତେଶ ଅଗ୍ରୱାଲ, ସୁଶାନ୍ତ ପାନଶାରୀ, ରଜତ ବଂଶଲ, ଗୌରଚନ୍ଦ୍ର ଗୋପାଳ, ଅଶୋକ ଚଣ୍ଡି, ରଞ୍ଜନ ପଣ୍ଡା, ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ସାହୁ, ଗଣେଶ ନିଆଲ ତ୍ରିଲୋକ ସିଂ, ଉପେନ୍ଦ୍ର ନାଏକ ପ୍ରମୁଖଙ୍କ ସମେତ କଲେଜ କର୍ମଚାରୀମାନେ ସହଯୋଗ କରିଥିଲେ । ମାରୱାଡି ଯୁବା ମଞ୍ଚର ଏହି ମହତ କାର୍ଯ୍ୟ ପାଇଁ ମହାବିଦ୍ୟାଳୟ ତଥା ଅବିଭାବକ ମହଲରୁ ସାଧୁବାଦ ପ୍ରଦାନ କରାଯାଇଛି ।


For latest news & updates, click on bell button and subscribe to notifications.



