ଗଣମାଧ୍ୟମ ପ୍ରତିନିଧିଙ୍କ ଗର୍ଜନରେ କମ୍ପିଲା ଜୁନାଗଡ଼

କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ବିଶାଳ ଶୋଭାଯାତ୍ରା, ଦାବୀପତ୍ର ପ୍ରଦାନ ଓ ପ୍ରତିବାଦ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟରେ ଦିନକୁଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛି କଳାହାଣ୍ଡି ସାମ୍ବାଦିକ ସମୁହ। ଏନେଇ ଆଜି ୨୪ ଜୁଲାଇ ରବିବାର ଦିନ ଜୁନାଗଡ଼ ଠାରେ ବିଶାଳ ଶୋଭାଯାତ୍ରା, ଦାବୀପତ୍ର ପ୍ରଦାନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ସାମ୍ବାଦିକ ସଂଘର ଡାକରାରେ ଜିଲ୍ଲାର ୧୩ଟି ବ୍ଲକରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଲଙ୍କେଶ୍ଵରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସଂସ୍କୃତି ଭବନରେ ପହଞ୍ଚିଥିଲେ। ସେଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୁନାଗଡ଼ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକଙ୍କ ବୀମାରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛି କଳାହାଣ୍ଡି ସାମ୍ବାଦିକ ସମୁହ। ପରେ ଜୁନାଗଡ଼ ସଂସ୍କୃତି ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ଶେଷଦେବ ବେହେରା, କମ୍ବୁପାଣି ମିଶ୍ର, ରଜନୀକାନ୍ତ ମିଶ୍ର, ବିରଞ୍ଚି ନାରାୟଣ ଜାଲ, ନଗେନ୍ଦ୍ର କ୍ଷିତୀ ପ୍ରମୁଖ ମଞ୍ଚାସୀନ ରହି ଉପରୋକ୍ତ ଦାବୀ ଉପସ୍ଥାପନା କରିବାସହ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏକଜୁଟ ହେବାକୁ ଆହ୍ବାନ କରିଥିଲେ। ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ତଥା ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ନାଏକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇବାସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Udyog Nursery
Udyogi Nursery

କିଛିଦିନ ତଳେ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କୁ ଜୁନାଗଡ଼ ଠାରେ ଆକ୍ରମଣ ହୋଇଥିଲା ଏହାକୁ ବୈଠକରେ ଘୋର ବିରୋଧ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଦାବୀ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ସିଂଦେଓ ମଞ୍ଚ ପରିଚାଳନା କରିଥିବାବେଳେ ଜୁନାଗଡ଼ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ନଗେନ୍ଦ୍ର କ୍ଷିତୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜୁନାଗଡ଼ ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.