ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା ଓଡ଼ିଆ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଆ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା ‘ଜଣାଅଛି’ ଇଟାଲୀ ଭାଷାରେ ଅନୁଦିତ ହୋଇଛି । ଏହି କବିତା ଇଂରାଜୀରେ ଡ଼. ତପନ କୁମାର ରଥଙ୍କ ଦ୍ୱାରା ଅନୁଦିତ ହେବା ପରେ ଇଟାଲୀ ଭାଷାରେ ଡବ୍ଲୁଆଇଏମ ର ପ୍ରତିଷ୍ଠାତା, ଜିଜିଏ ର ନିର୍ଦେଶକ ଏବଂ ପିସ୍ ଏମ୍ବାସେଟର ପ୍ରାପ୍ତ ଇଟାଲୀଅନ କବି ଫ୍ରାନକା କୋଲୋଜୋ ଇଟାଲୀ ଭାଷାରେ ଅନୁବାଦ କରିଛନ୍ତି । ଫ୍ରାନକା କୋଲୋଜୋ ଆମେରିକା ୟୁନିଭର୍ସିଟିରେ ଅନରାରୀ ପିଏଚଡ଼ି କରି ନ୍ୟୁୟର୍କ ୟୁନିଭର୍ସିଟିରେ ଗବେଷଣା କରୁଛନ୍ତି । ସେ ଏହି କବିତାକୁ ଇଟାଲୀ ଭାଷାରେ ଅନୁଦିତ କରିବା ସହ ତାଙ୍କ ଇଟାଲୀ ପତ୍ରିକା ଲାରେଚେରଚେ ଡଟ୍ ଇଟ ରେ ପ୍ରକାଶିତ କରିଛନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳିଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା ପୁଣି ଇଟାଲୀ ଭାଷାରେ ଅନୁଦିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.