କେଗାଁ ବସୁଧା ଯୋଜନା ପାନୀୟ ଜଳ ପ୍ରକଳ୍ପରୁ ବିଦ୍ୟୁତ ତାର ଚୋରି; କେଗାଁ ଓ ସାନଚେରଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ

ଓଡିଆ ବାର୍ତ୍ତା/ ଗୋଲାମୁଣ୍ଡା (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ଥିବା ବସୁଧା ଯୋଜନା ପାନୀୟ ଜଳ ପ୍ରକଳ୍ପରୁ ଗତ ରାତ୍ର ସମୟରେ ପୁଣି ବିଦ୍ୟୁତ ତାର ଚୋରି ହୋଇଯାଛି । ଦୁର୍ବୁତ୍ତମାନେ ପ୍ରାୟ ୨ ଶହ ମିଟର ତାର ଚୋରି କରି ନେଇ ଏହି ପ୍ରକଳ୍ପର ପାଞ୍ଚ ଶହ ମିଟର ତଳେ ଉଦନ୍ତି ନଦୀ କୂଳରେ ଏହି ତାର ମଧ୍ୟରେ ଥିବା ତମ୍ବା ଅଂଶକୁ ଛଡାଇ ନେଇ ଯାଇଥିବା ବେଳେ ପ୍ଲାଷ୍ଟିକ ଖୋଳପାକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଆଜି କେଗାଁ ଓ ସାନଚରେଗାଁକୁ ପାନୀୟ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ଅଛି । ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୧୩ ତାରିଖରେ ଏହି ପାନୀୟ ଜଳ ପ୍ରକଳ୍ପରୁ ବିଦ୍ୟୁତ ତାର ଚୋରି ହୋଇଥିଲା । ଚଳିତ ମାସ ୨୦ ତାରିଖ ରାତ୍ର ସମୟରେ ଗୋଲାମୁଣ୍ଡା ଥାନା ଅଧିନରେ ଥିବା ମାନଝରି ଗ୍ରାମ ନିକଟସ୍ଥ ଉଦନ୍ତି ନଦି କୂଳରେ ଥିବା ବସୁଧା ଯୋଜନା ପାନୀୟ ଜଳ ପକଳ୍ପରୁ ବିଦ୍ୟୁତ ତାର ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଲାମୁଣ୍ଡା ଓ ମାନଝରି ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ଅଛି । ଗତ କିଛି ମାସ ହେବ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚୋରି ଡକାୟତି ବୃଦ୍ଧି ପାଇଛି । ଏଥିପାଇଁ ଲୋକଙ୍କ ଆଖିରୁ ନିଦ ହଜିଯାଇଛି ଥିବା ବେଳେ ପୋଲିସ ରାତ୍ରି କାଳିନ ପ୍ରେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିଛି । କିନ୍ତୁ ପୋଲିସ ରାତ୍ରି କାଳିନ ପ୍ରେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିଥିଲେ ସୁଦ୍ଧା ଦୁର୍ବୁତ୍ତ ମାନେ ପୋଲିସକୁ ଚ୍ୟାଲେଞ୍ଚ କରି ଏପରି କାମ ଘଟାଉଥିବା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ଏଥିପ୍ରତି କଳାହାଣ୍ଡି ଏସପି ତିକ୍ଷ୍ମ ଦୃଷ୍ଟି ଦେଇ ଚୋରି ଡକାୟତି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.