ପ୍ରବାସରେ ଓଡ଼ିଆ ମାଟିର ମହକ, ବାଙ୍ଗାଲୋରରେ ମଞ୍ଚସ୍ଥ ହେଲା ଦୁଇଟି ଓଡ଼ିଆ ନାଟକ 

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଜୀବନରେଖା ଥିଏଟର ତରଫରୁ ବାଙ୍ଗାଲୋର ହ୍ଵାଇଟଫିଲଡ଼ ଠାରେ ଥିବା ଜାଗୃତି ଥିଏଟରରେ ଦୁଇଟି ଓଡ଼ିଆ ନାଟକ ‘ସମୁଦ୍ରରେ ରାଜହଂସୀ’ ଓ ‘ଆଧେ ଅଧୁରେ’ ମଞ୍ଚସ୍ଥ ହୋଇଯାଇଛି। ଏହି ନାଟକ ଦ୍ୱୟକୁ ଶତାଧିକ ଦର୍ଶକ ଉପଭୋଗ କରିବା ସହିତ ନିଖୁଣ ଅଭିନୟ ଓ ଚମତ୍କାର ନିର୍ଦ୍ଧେଶନାକୁ ପ୍ରଶଂସା କରିଥିଲେ। ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପରିବାର ତରଫରୁ ପ୍ରବାସରେ ଓଡ଼ିଆ ଭାଷାକୁ ପ୍ରଚାର ପ୍ରସାର ସହିତ ନିଚ୍ଛକ ନାଟକ ସ୍ୱରୂପକୁ ଲୋକପ୍ରିୟ କରିବା ପ୍ରୟାସରେ ଜୀବନରେଖା ଥିଏଟରର ନିର୍ଦେଶକ, ଅଭିନେତା, ଅଭିନେତ୍ରୀ ତଥା ସମସ୍ତ କାର୍ଯ୍ୟକାର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

Omkar Vasthu
Omkar Vasthu


କାର୍ଯ୍ୟକ୍ରମରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଚେୟାରମ୍ୟାନ ଓ ବୈଜ୍ଞାନିକ ଡ଼ଃ ଶରତ ଚନ୍ଦ୍ର ଦାଶ, ଅନୁଷ୍ଠାନ ତରଫରୁ ସୂର୍ଯ୍ୟ ପ୍ରକାଶ ମହାପାତ୍ର, ବାଲ୍ମୀକି ନାୟକ, ତାପସ ରାଜ ମହାରଣା, ପ୍ରଶାନ୍ତ କୁମାର ନାଥ ଓ ଯାଜ୍ଞାସେନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥାଇ ଦୁଇଟି ନାଟକର ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ, ଅଭିନେତା ପବିତ୍ର ମହାନ୍ତି, ଅଭିନେତ୍ରୀ ମମତା ତ୍ରିପାଠୀ, ଅଭିନେତା ରୋହନ ୟାଦବ, ଅଭିନେତ୍ରୀ ସମର୍ପିତା ଦାଶ, ରାଜଶ୍ରୀ, ଅଭିନେତ୍ରୀ ଶିବାଙ୍ଗୀ, ସତ୍ୟ, ଅଭିନେତା ନନ୍ଦି, ସୁନୀଲ ପଟ୍ଟନାୟକ, ଅମରେନ୍ଦ୍ର ସାହୁ ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏଥିରେ ଡ଼ଃ ପ୍ରତାପ ପାଣି, ସୁବାସ ସାହୁ, ସୁନୀଲ ମିଶ୍ର ବହୁ ପ୍ରତିଷ୍ଠିତ ବାଙ୍ଗାଲୋର ଓଡ଼ିଆ ମଧ୍ୟ ଯୋଗ ଦେଇଥିଲେ। ନାଟକ ଶେଷରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସଦସ୍ୟ ଓ ଯୁବ ଲେଖକ ପବିତ୍ର ବେହେରାଙ୍କର ପୁସ୍ତକ “ଭିନ୍ନ ଏକ ସୁପ୍ରିୟା” ଉନ୍ମୋଚିତ ହୋଇଥିଲା। ଏହି କ୍ରମରେ ଆଗକୁ ମଧ୍ୟ ଓଡ଼ିଆ ନାଟକ ବାଙ୍ଗାଲୋର ସହରରେ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ଓ ଜୀବନରେଖା ଥିଏଟର ପକ୍ଷରୁ କୁହାଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.