୪୨ କେଜି ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ପୋଲିସ ଆଜି ୪୨ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ବଳଦିଆମାଲରୁ ମୁଖ୍ୟ ରାସ୍ତା ଦେଇ ଅନ୍ୟାନ୍ୟ ଜିଲ୍ଲାକୁ ଗଞ୍ଜେଇ ଚାଲାଣ କରିବା ଗଞ୍ଜେଇ ମାଫିଆମାନଙ୍କ ଏକ ମୂଖ୍ୟ ରାସ୍ତା ପାଲଟିଥିବା ବେଳେ ଏହି ରାସ୍ତାରେ ପୋଲିସ ଚେକିଙ୍ଗ ଜୋରଦାର କରିଛି । ଏଣୁ ଗଞ୍ଜେଇ ମାଫିଆମାନେ ବର୍ତ୍ତମାନ ଜିଲ୍ଲା ଗ୍ରାମାଞ୍ଜଳ ରାସ୍ତା ଦେଇ ଗଞ୍ଜେଇ ଚାଲାଣ କରୁଛନ୍ତି । ଗତକାଲି ଗୋଲାମୁଣ୍ଡା ଥାନାଅଧିକାରୀ ଯୁଗଳ ଶବର ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଏକ କାରରେ ଗଞ୍ଜେଇ ଚଲାଣ ହୋଇଥିବା ଖବର ପାଇ ପୋଲିସ ଉଦେଶୃଙ୍ଗ ମୁଖ୍ୟ ରାସ୍ତାରେ ଓଡ଼ି ୦୮୮୮୫୫ ନମ୍ବର ବିଶିଷ୍ଟ ଏକ ହ୍ୟୁଣ୍ଡାଇ କାରକୁ ଅଟକ ରଖିଥିଲେ ଓ ଗାଡ଼ିରେ ଥିବା ଦୁଇ ଜଣ ପ୍ରକାଶ ମେହେର ଓ ଅଭୟ ବେହେରା ଉଭୟ ଙ୍କୁ ଅଟକ ରଖି ଗାଡିକୁ ଯାଞ୍ଚ କରିଥିଲା । ସେହି ଗାଡ଼ିରୁ ୪୨କେଜି ଗଞ୍ଜଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଆଜି ଅଟକ ଥିବା ଦୁଇ ଜଣ ଗିରଫ କରି ଗୋଲାମୁଣ୍ଡା ଥାନା କେସ ନମ୍ବର ୧୩୨/୨୨ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.