ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପାଠଚକ୍ର

ଓଡ଼ିଆ ବାର୍ତ୍ତା/ ଜୟପୁର: ବିକ୍ରମ ଦେବ ସ୍ଵୟଂଶାସିତ ମହାବିଦ୍ୟାଳୟ ଜୟପୁରର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର-୦୯ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁଚୀତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ରଜନୀ କିସାନ୍, ଅଧ୍ୟାପିକା ସନ୍ତୋଷିନୀ ମୁଣ୍ଡା ଯୋଗ ଦେଇ ନିଜ ନିଜର ମତ ରଖିଥିଲେ । ପାଠଚକ୍ରର ମୁଖ୍ୟ ଶୀର୍ଷକ ଥିଲା ସ୍ନାତକ ପ୍ରଥମ ବର୍ଷଙ୍କ ପାଇଁ “ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କବିତା” ଏବଂ ସ୍ନାତକ ଦ୍ବିତୀୟ ବର୍ଷଙ୍କ ପାଇଁ “ଲୋକ ସାହିତ୍ୟର ସଂଜ୍ଞା, ସ୍ବରୂପ ଓ ପ୍ରକାରଭେଦ” ଏବଂ ସ୍ନାତକୋତ୍ତର ପ୍ରଥମ ବର୍ଷଙ୍କ ପାଇଁ “ଓଡ଼ିଆ ସାହିତ୍ୟରେ ନବଜାଗରଣ ଓ ରାଧାନାଥ ଯୁଗ” । କୁମୁଦ ଚନ୍ଦ୍ର ନାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସ୍ମିତାପ୍ରଜ୍ଞା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରଣଜିତ, ଖଗେଶ୍ବର, ଅନୀଲ, ନେପାଳ, ଅଜୟ, ସୁବାଷ, ସସ୍ମିତା, ନମିତା, ନବୀନା ଏବଂ ସମସ୍ତ ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.