କୋକସରା ବ୍ଲକ ପ୍ରେରକ ସଂଘର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସାକ୍ଷର ଭାରତ ମିଶନରେ କାର୍ଯ୍ୟ କରିଥିବା ପ୍ରେରକ ସଂଘର ଏକ ସାଙ୍ଗଠାନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କୋକସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଉକ୍ତ ବୈଠକରେ ଳ ବ୍ଲକ ପ୍ରେରକ ସଂଘର ଆଲୋକ ବିଶି ଓ ଗାୟତ୍ରୀ ଠାକୁରଙ୍କ ମିଳିତ ସଭାପତିତ୍ୱରେ ପ୍ରେରକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ଓ ବୈମାତୃକ ମନୋଭାବକୁ ପ୍ରତିବାଦ କରିବା ସହ ଆଗାମୀ ଦିନରେ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁଚନା ଅନୁସାରେ ଜିଲ୍ଲା ସାକ୍ଷରତା ମିଶନ ପକ୍ଷରୁ ୧୫ରୁ ଉର୍ଦ୍ଧ ବୟସ୍କ ଅଣ ସାକ୍ଷର ମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟ ରେ ୨୦୧୧ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଇଥିଲା। ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସହ ସ୍ୱଚ୍ଛଭାରତ ମିଶନ ହିତାଧିକାରୀ ସର୍ଭେ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରୁଥିଲେ। ୨୦୧୮ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ବର୍ତମାନ ପ୍ରେରକମାନେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ପ୍ରେରକ ସଂଘର ରବି ନାରାୟଣ ଦାସ, ଅରବିନ୍ଦ ପଟ୍ଟନାୟକ, ବିକାଶ ପଟ୍ଟନାୟକ, ଜଳେଶ୍ବର ବାଗ, ହିରଣ୍ୟ ବେହେରା, ସଞ୍ଜୀବ ସାହୁ ସରିତା ନାଏକ, ପ୍ୟାରି ପଟେଲ ସମେତ ଅନ୍ୟ ପ୍ରେରକ ମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.