ବ୍ରାହ୍ମଣ ସମାଜ ନର୍ଲା ବ୍ଳକ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡିର ଆହ୍ୱାନ କ୍ରମେ ଆଜି ରବିବାର ନର୍ଲା ଜିତୁ ଚାନ୍ଦଙ୍କ ମାର୍କେଟ କମ୍ପ୍ଲେକ୍ସ ସମ୍ମିଳନୀ କକ୍ଷରେ ଘନଶ୍ୟାମ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଓ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଅତିଥି ଭାବରେ ଯୋଗଦେଇଥିଲେ। ଏକତା ସୂତ୍ରରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାରକୁ ଯୋଡି ବ୍ରାହ୍ମଣ ସମାଜ ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ଅତିଥି ମାନେ ଆହ୍ୱାନ ଦେଇଥିଲେ। ଜିଲ୍ଲା ସ୍ତରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ଗଠିତ ହୋଇଥିବା ବେଳେ ଜିଲ୍ଲାର ୧୩ ଗୋଟି ବ୍ଲକରେ ବ୍ରାହ୍ମଣ ସମାଜର ବ୍ଳକ କମିଟି ଗଠନ ପ୍ରକ୍ରିୟା ଚାଲିଛି। ଏହାପରେ ପଞ୍ଚାୟତ ସ୍ତରରେ ମଧ୍ୟ କମିଟିମାନ ଗଠନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମୁଣ୍ଡ ପ୍ରକାଶ କରିଥିଲେ। ଆଜିର ସଭାରେ ୧୩ ଜଣିଆ ନର୍ଲା ବ୍ଳକ କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତ କ୍ରମେ ବଦ୍ରୀ ପ୍ରସାଦ ମିଶ୍ର ସଭାପତି ରୂପେ ମନୋନୀତ ହୋଇଥିବା ବେଳେ ଦୁଇଜଣ ଉପସଭାପତି ଦେବ ପ୍ରସାଦ ଷଡଙ୍ଗୀ ଓ ପ୍ରମୋଦ ମିଶ୍ର, ସାଧାରଣ ସମ୍ପାଦକ ରୂପେ କିଶୋର ଚନ୍ଦ୍ର ତ୍ରିପାଠୀ, ସଂଗଠନ ସଂପାଦକ ବିଜୟ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ରୂପେ ଗଙ୍ଗାଧର ଷଡଙ୍ଗୀଙ୍କୁ ମନୋନୀତ କରାଯାଇଥିଲା। ସେହିପରି ୫ କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ମହାପାତ୍ର, ଜନାର୍ଦ୍ଦନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମଧୁସୂଦନ ପାଢ଼ୀ ଓ ସୁନୀଲ କୁମାର ଚାନ୍ଦଙ୍କୁ ମନୋନୀତ କରାଯାଇଥିଲା। ପର୍ଶୁରାମ ସେନା ନର୍ଲା ବ୍ଳକ ସଂଯୋଜକ ରୂପେ ସମୀର ଚାନ୍ଦ ଓ ପ୍ରଜ୍ଞା ବାହିନୀ ନର୍ଲା ବ୍ଳକ ସଂଯୋଜିକା ଭାବେ ପଙ୍କଜିନି ନାୟକଙ୍କୁ ମନୋନୀତ କରାଯାଇଥିଲା। ନର୍ଲା ବ୍ଳକ କମିଟିର ନୂତନ କର୍ମକର୍ତ୍ତା ଙ୍କୁ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ବ୍ଳକ କମିଟି ଦାୟୀତ୍ୱ ଅର୍ପଣ କରାଯାଇଥିଲା। ନୂତନ କର୍ମକର୍ତ୍ତା ସମେତ ସଭାରେ ଉପସ୍ଥିତ ସମସ୍ତ ବ୍ରାହ୍ମଣ ସଦସ୍ୟ ସାମୁହିକ ଶପଥ ପାଠ କରିଥିଲେ। ବ୍ରାହ୍ମଣ ସମାଜ ସମେତ ଦେଶର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ପାଇଁ ଏହି ସଂଗଠନ କାର୍ଯ୍ୟ କରିବ ବୋଲି ନୂତନ ସଭାପତି ବଦ୍ରୀ ପ୍ରସାଦ ମିଶ୍ର ପ୍ରକାଶ କରିବା ସହ ନର୍ଲା ବ୍ଲକରେ ସଙ୍ଗଠନକୁ ମଜଭୁତ କରିବା ନିମନ୍ତେ ସମସ୍ତ ସଦସ୍ୟ ଙ୍କ ସହଯୋଗ କାମନା କରିଥିଲେ। ସମୀର ଚାନ୍ଦ ସ୍ୱାଗତ ଭାଷଣ ଓ ବ୍ଳକ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଶିଵଦାସ ଚାନ୍ଦ, ପର୍ଶୁରାମ ପଣ୍ଡା,ମନ୍ମୟ ଚାନ୍ଦ, ଦିଲ୍ଲୀପ ଚାନ୍ଦ, ଅଜୟ ନନ୍ଦ, ସୁରେନ୍ଦ୍ର ଚାନ୍ଦ, ମନୋଜ ଷଡଙ୍ଗୀ, ମହେଶ ଚାନ୍ଦ ସମେତ ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ବ୍ରାହ୍ମଣ ସଦସ୍ୟ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.