କେସିଙ୍ଗା ସହର ମଦ ଓ ସଟ୍ଟାରେ ଉବୁଟୁବୁ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ବେଆଇନ ମଦ ବିକ୍ରି ସହିତ ଓ ସଟ୍ଟା ଖେଳ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମୋବାଇଲରେ ସଟ୍ଟା ଗଦିଦାର ନିଜ ଏଜେଣ୍ଟ ଜରିଆରେ ନିୟନ୍ତ୍ରଣ କରୁଥିବା ବେଳେ ପଡା ପଡା ଓ ଗାଁ ଗାଁକୁ ଏହି ଖେଳ ବ୍ୟାପିଲାଣି। ସବୁ ମୋବାଇଲରେ ନିୟନ୍ତ୍ରଣ ହେଉଥିବାରୁ ପୁଲିସ ଟେର ପାଉ ନାହିଁ। ଅନ୍ୟପକ୍ଷରେ କିଛି ପୁଲିସ କର୍ମଚାରୀ ତାହା ଜାଣୁଥିଲେ ସୁଦ୍ଧା ସଟ୍ଟା ଗଦିଦାରଙ୍କ ହାତ ବାରିସି ସାଜିଥିବା ଅଭିଯୋଗ ହେଉଛି। ଯାହା ଫଳରେ ସଟ୍ଟା ଖେଳର କାୟା ବିସ୍ତାର ଲାଗି ରହୁଛି। ସଟ୍ଟା ଖେଳ ଦ୍ବାରା ଶ୍ରମିକ, କଲେଜ୍ ଛାତ୍ର ଓ ଗ୍ରାମାଞ୍ଚଳର ଲୋକେ ଅଧିକ ଟଙ୍କା ପାଇବା ଆଶାରେ ଶୋଷିତ ହେଉଛନ୍ତି। କେସିଙ୍ଗା ସହରର ବଗାଡ, ବଲାଙ୍ଗୀର ଛକ, ତିନି କୁନିଆ ଛକ, ସାନ ପଡା, ଓ୍ବାର୍ଡ ନମ୍ବର ୧୦, ଆମ୍ବେଦକର ଛକ, ଗ୍ରିଡ, ବୋରିଙ୍ଗପଦର, ଡୁମେରମୁଣ୍ଡା ଆଦି ଅଞ୍ଚଳରେ ସଟ୍ଟାର ବ୍ୟାପକ କାରବାର ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ସେହିପରି ଦେଶୀ ଓ ବିଦେଶୀ ମଦ ମଧ୍ୟ ବେନିୟମ ଭାବେ ସହରରେ ବୃଦ୍ଧି ପାଇବାରେ ଲାଗିଛି। କେସିଙ୍ଗା ସହରରେ ଥିବା ୩ ଗୋଟି ବିଦେଶୀ ମଦ ଦୋକାନ ମାନଙ୍କରୁ ଖୋଲା ଖୋଲି ଭାବରେ ବାଇକ୍ ଯୋଗେ ବିଭିନ୍ନ ସ୍ଥାନକୁ ମଦ ସପ୍ଲାଏ କରାଯାଉଥିବା ଅଭିଯୋଗ ହେଉଛି। ହେଲେ ପୁଲିସ କିମ୍ବା ଅବକାରୀ ବିଭାଗ ସବୁ ଜାଣି ନଜାଣିଲା ପରି ରହୁଥିବା ରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି କେସିଙ୍ଗା ଆଦର୍ଶ ଥାନା ଗେଟ୍ କୁ ଲାଗି ରହିଥିବା ଏକ ବିଦେଶୀ ମଦ ଦୋକାନକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ମୋଟାମୋଟି ଭାବରେ କହିବାକୁ ଗଲେ କେସିଙ୍ଗା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ସହିତ ଚୋରି ସଂଖ୍ୟା ବୃଦ୍ଧି ପାଉଛି। ହେଲେ ସ୍ଥାନୀୟ ପୁଲିସ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି ବୋଲି ଅଭିଯୋଗ ହେଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ କେସିଙ୍ଗା ସହର ଏକ ପ୍ରକାର ଖରାପ ଆଡ଼କୁ ଗତି କରିବ ବୋଲି ମତ ପ୍ରକାଶ ପାଇଛି। ତେଣୁ ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.