ଅବ୍ୟବସ୍ଥା ଘେରରେ କେସିଙ୍ଗା ବିସିସି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ

ଉପଯୁକ୍ତ ସ୍ଥାନରେ ଶାଖା ଖୋଳିବା ପାଇଁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅଧିନରେ ଥିବା କେସିଙ୍ଗା ସ୍ଥିତ ବିସିସି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହେଉଛି । କେସିଙ୍ଗା ବିସିସି ବ୍ୟାଙ୍କ ଶାଖା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ର ଏକ ପ୍ରମୁଖ ଶାଖା ବ୍ୟାଙ୍କ ହୋଇଥିବା ବେଳେ କେସିଙ୍ଗା ବ୍ଲକ ଓ ଏନ୍ଏସି ର ୭ ଗୋଟି ପେସ୍କ ର ଚାଷୀମାନେ ନିର୍ଭର କରିଥାନ୍ତି । ହେଲେ କେସିଙ୍ଗା ବିସିସି ବ୍ୟାଙ୍କ ଶାଖା କାର୍ଯ୍ୟାଳୟଟି ସହରର ଓ୍ବାର୍ଡ ନମ୍ବର ୪ ସ୍ଥିତ ଏକ ଘରୋଇ ଜାଗାରେ ଖୋଲା ଯାଇଛି । ବ୍ୟାଙ୍କ କାର୍ଯ୍ୟାଳୟ ଉପଯୁକ୍ତ ସ୍ଥାନରେ ହୋଇନଥିବାରୁ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକି ବ୍ୟାଙ୍କ ର ନାଁ ଅଛି ନିଜସ୍ଵ ପାର୍କିଂ କିମ୍ବା ଗ୍ରାହକଙ୍କ ପାଇଁ ବିଶ୍ରାମ ସ୍ଥଳୀ ର ସୁବ୍ୟବସ୍ଥା ।

ବ୍ୟାଙ୍କ କାର୍ଯ୍ୟାଳୟ ପାଇଁ ଯେଉଁ ସବୁ ଭିତ୍ତିଭୂମି ଓ ଗ୍ରାହକଙ୍କ ସୁବିଧା ରହିବା କଥା ତାହାର ବ୍ୟତିକ୍ରମ ଏଠାରେ ଦେଖିବାକୁ ମିଳିଛି । ତେବେ ଉପଯୁକ୍ତ ସୁବିଧା ନଥାଇ ବ୍ୟାଙ୍କ ଶାଖା ଖୋଲିବାକୁ ଅନୁମତି ଦେଲା କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ହେଉଛି । ପ୍ରକାଶ ଯେ, କେସିଙ୍ଗା ବିସିସି ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ମାନଙ୍କ ବିଶ୍ରାମ ନେବା ପାଇଁ ସ୍ଥାନର ଅଭାବ ରହିଥିବା ବେଳେ ବାଇକ୍ ରଖିବା ପାଇଁ କୈାଣସି ପାର୍କିଂ ର ବ୍ୟବସ୍ଥା ମଧ୍ୟ ନାହିଁ ।

ସେହିପରି ବ୍ୟାଙ୍କକୁ ଯିବା ପାଇଁ ହେଲେ ଏକ ଅଣ ଓସାରିଆ ରାସ୍ତା ରହିଛି । ସେହି ଅଣ ଓସାରିଆ ରାସ୍ତାର ଗୋଟିଏ ପାଶ୍ୱର୍ରେ ଏନ୍ଏସି ପକ୍ଷରୁ ଡ୍ରେନ ନିର୍ମାଣ କରିଯାଇଛି ସତ ହେଲେ ଡେନ୍ ଟି ମୁକୁଲା ହୋଇ ପଡ଼ିରହିଛି । ଫଳରେ ବ୍ୟାଙ୍କକୁ ଆସୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବ୍ୟାଙ୍କ ର ନିଜସ୍ଵ ପାର୍କିଂ ର ସୁବିଧା ନଥିବା ଯୋଗୁଁ ଗ୍ରାହକମାନେ ସେହି ଅଣ ଓସାରିଆ ରାସ୍ତାରେ ବାଇକ୍ ପାର୍କିଂ କରୁଛନ୍ତି । ସେହିପରି ଡ୍ରେନରେ ଘରୋଇ ବ୍ୟବହୃତ ଅପରିଷ୍କାର ପାଣି ଛଡାଯାଉଛି ଫଳରେ ସବୁବେଳେ ଦୁର୍ଗନ୍ଧ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏନେଇ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର ସିଇଓ ଏସ୍ ପଧାନଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗକୁ ସ୍ବୀକାର କରିବା ସହ ତାହାର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.