ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କରଣବାହଲି ଗ୍ରାମ ପଞ୍ଚାୟତ ଠାରେ ଡାଇରିଆ, ଡେଙ୍ଗୁ, ମେଲେରିଆ ଆଦି ଜଳ ବାହିତ ରୋଗ ନିରାକରଣ ନେଇ ସଚେତନ ରେଲି ଅନୁଷ୍ଠିତ ହୋଇଅଛି। ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ମାଝୀ, କରଣବାହଲି ସରପଞ୍ଚ ଉଦିତ ନାରାୟଣ ଖର୍ସେଲ, ପୁରୁଷ ସ୍ବାସ୍ଥ୍ୟ କର୍ମୀ କିଶୋର ଚନ୍ଦ୍ର ନାୟକ, ମହିଳା ସ୍ବାସ୍ଥ୍ୟ କର୍ମୀ କ୍ଷିତିସୁତା ବାଗ, ଆଶା କର୍ମୀ ସୁନୀତା ଭଇଶାଲ ଓ ଲୀଳାବତୀ ସାଗର, ଅଙ୍ଗନୱାଡି କର୍ମୀ ଯମୁନା ବାଗ ଓ ବିନତା ମହାନନ୍ଦଙ୍କ ସମେତ ଅନ୍ୟ ଅଙ୍ଗନୱାଡି କର୍ମୀ ଏବଂ ୱାର୍ଡ ସଭ୍ୟ ସଭ୍ୟା ମାନେ ମଧ୍ୟ ଯୋଗ ଦେଇଥିଲେ। ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ନିଜ ଚତୁର୍ପାଶ୍ଵ ସ୍ଵଚ୍ଛ, ନିର୍ମଳ ରଖିବା, ନଳକୂପ ଜଳ ପାନ କରିବା, ଗୋଟିଏ ସ୍ଥାନରେ ପାଣି ବହୁ ଦିନ ଜମା ନ ରଖିବା ପାଇଁ ସଚେତନ କରିଯାଇଥିଲା।