ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ହାଇସ୍କଲ ପରିସରରେ ଫାଇବ୍-ଟି ଅଧୀନରେ ରୂପାନ୍ତରିତ ହୋଇଥିବା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଇସ୍କୁଲର ଶିକ୍ଷକଙ୍କୁ ନେଇ ସପ୍ତମ ପର୍ଯ୍ୟାୟ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଉଦଘାଟିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଉକ୍ତ କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଉଦଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ନିଶଙ୍କ, ନର୍ଲା ବିଇଓ ତପିମଣି ଜାନୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସଙ୍ଗୀତା ମହାନ୍ତି, ବରିଷ୍ଠ ଶିକ୍ଷକ ରବି କାନୁନଗୋ, ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରୋଗ୍ରାମର ସୌମେନ୍ଦ୍ର ପଟ୍ଟନାୟକ, ପ୍ରଭାତ ସାହୁ, ଲଳିତ ମୋହନ, ସିଆରସିସି ଅଜିତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।