ସରକାରଙ୍କ ଦ୍ବାରା ଉଦ୍ଦିଷ୍ଟ ଯୋଜନା ସମୂହର ଲାଭ ପାଇବେ ଅସହାୟ ଭାରତୀ

ସମାଜସେବୀଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳମପୁର ବ୍ଳକ ପଣ୍ଡିଗାଁ ପାତ୍ରବସା ଗାଁର କ୍ଷୀରମୋହନ ଦୁର୍ଗା ଓ ଭାରତୀ ଦୁର୍ଗା ଦୁଇଜଣ ବାପା ମା ଛେଉଣ୍ଡ ପୁଅ ଝିଅ । ବିଗତ କିଛି ବର୍ଷ ତଳେ ଏମାନଙ୍କ ବାପା ଶଙ୍କର ଦୁର୍ଗା ଆରପାରିକୁ ଛାଡି ଚାଲିଯିବା ପରେ ମା’ ଘସେନ ବାଗ ଅନ୍ୟତ୍ର ବାହା ହେଇଗଲେ । ଫଳରେ ଦୁଇଜଣ ପୁଅ ଝିଅ ନିଜ ଭାଗ୍ୟକୁ ଆଦରି ଗୋଟିଏ ଭଙ୍ଗା ଘରେ ରହୁଥିଲେ । କ୍ଷୀରମୋହନ ବାହାରେ ରାଜ୍ୟରେ ଦାଦନ ଶ୍ରମିକ ଭାବରେ କାମ କରି ଯାହା ପାଉଥିଲେ ସେଥିରେ ନିଜେ ଚଳିବା ସହ ଭଉଣୀଙ୍କୁ କିଛି ଅର୍ଥ ପଠାଉଥିଲେ । ଏମିତିରେ ଭଉଣୀ ଭାରତୀ କଳମପୁର କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ିବା ସହ ନିଜେ କଷ୍ଟେ ମଷ୍ଟେ ଚଳି ଯାଆନ୍ତି । ଭାରତୀ ରହୁଥିବା ଘର ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ତହସିଲ ପକ୍ଷରୁ ପଲିଥିନ ଖଣ୍ଡେ ଦେଇଛନ୍ତି । ଏହି ଖବର ଜାଣିବା ପରେ କିଛିଦିନ ତଳେ ନେହେରୁ ଯୁବକେନ୍ଦ୍ର ସ୍ବେଛାସେବୀ ଯଶୋବନ୍ତ ରଣା ଜିଲ୍ଲା ଶିଶୁ ମଙ୍ଗଳ ସମିତିଙ୍କୁ ଜଣେଇଥିଲେ । ସମସ୍ୟା ବିଷୟରେ ଅବଗତ ହେବାପରେ ଡିସିପିୟୁଙ୍କ ନିର୍ଦ୍ଦେଶରେ ଶିଶୁ ମଙ୍ଗଳ ସମିତିର ଗୁଲାମ ଅମିବୁଲା ଖାଁଙ୍କ ସହ ସ୍ବେଛାସେବୀ ଯଶୋବନ୍ତ ରଣା, ଶମ୍ଭୁ ବିଶି, ତୁଲାରାମ ରଣା ପ୍ରମୁଖ ତାଙ୍କର ଘରକୁ ଯାଇ ସମସ୍ୟା ବିଷୟରେ ବୁଝିଥିଲେ । ତଥ୍ୟ ସଂଗ୍ରହ ପରେ ସରକାରଙ୍କ ସମସ୍ତ ଯୋଜନାରେ ତାଙ୍କୁ ସାମିଲ କରି ସହଯୋଗ କରାଯିବାପାଇଁ ପ୍ରତିଶୃତି ଦେଇଥିଲେ । ତାଙ୍କୁ ୬ମାସ ପର୍ଯ୍ୟନ୍ତ ମାସିକ ଚାରି ହଜାର ଟଙ୍କା, ବ୍ଲକ ପ୍ରଶାସନ ପକ୍ଷରୁ ଏକ ଘର ସହ ଜିଲ୍ଲାପାଳଙ୍କ ରେଡକ୍ରସ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ଗାଁର ୱାର୍ଡ ସଭ୍ୟା ଯମୁନା ମାଝୀଙ୍କ ସମେତ ଗୁଲାମ ଅବିମୁଳା ଖାଁ, ଯଶୋବନ୍ତ ରଣା, ଶମ୍ଭୁ ବିଶି, ତୁଲାରାମ ରଣା ଓ ଗାଁର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ସମାଜସେବୀ ମାନଙ୍କ ଏହି କାର୍ଯ୍ୟଧାରାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.