ମ.ରାମପୁର ମହାବିଦ୍ୟାଳୟ : ପରବର୍ତ୍ତୀ ଅଧ୍ୟକ୍ଷ କିଏ ?

କଳାହାଣ୍ଡି, ୩୦/୩ (ହେମନ୍ତ ସାହୁ) : ମ.ରାମପୁର ମହାବିଦ୍ୟାଳୟ ମ.ରାମପୁର ଅଂଚଳର ଶିକ୍ଷା ଦିଗରେ
ଏକ ମାଇଲଖୁଣ୍ଟ ହେଇଥିବାବେଳେ ବର୍ତ୍ତମାନ ଏଥିପ୍ରତି ଅବହେଳା ଶିକ୍ଷାପ୍ରେମୀଙ୍କ ମନରେ
ଗଭୀର ପ୍ରତିକ୍ରିୟା ସୃଷ୍ଟି କରଛି । ତେବେ ସଂପ୍ରତି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ହରି ପ୍ରସାଦ ଦୁଳଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ରେ ପରିସମାପ୍ତି ଘଟୁଥିବାବେଳେ ପରବର୍ତ୍ତି ଅଧ୍ୟକ୍ଷ ଦାୟିତ୍ୱକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନର
ଅଧ୍ୟକ୍ଷ ମଧ୍ୟ ନିଜର ଦାୟିତ୍ୱ ସୁଚାରୁରୂପେ ସଂପାଦନ କରି ପାରିନଥିବାବେଳେ ଯଦି
ପରବର୍ତ୍ତୀ ଅଧ୍ୟକ୍ଷ ମଧ୍ୟ ଠିକ ଭାବରେ ଦାୟିତ୍ୱ ତୁଲାଇବେ ନାହିଁ ତେବେ ମ.ରାମପୁର
ମହାବିଦ୍ୟାଳୟ ର ସୌଧ ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିବ ବୋଲି ଆଲୋଚନା ଜୋର ଧରିଛି । ଏହି
ମହାବିଦ୍ୟାଳୟ ଏକ ପଂଜିକୃତ ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ଏହାର ଏକ ପରିଚାଳନା
କମିଟୀ ରହିବା କଥା ଏବଂ ପରିଚଳାନା କମିଟୀର ନିଷ୍ପତିକ୍ରମେ ମହାବିଦ୍ୟାଳୟର ବିଭିନ୍ନ ବିକାଶ ସଂକ୍ରାନ୍ତରେ ଅଲୋଚନା ହେବ ଉଚିତ କିନ୍ତୁ ତାହା ନଥିବାବେଳେ ଜଣେ ମାତ୍ର ସଭାପତିଙ୍କ ଦ୍ୱାରା ଏହି ମହାବିଦ୍ୟାଳୟ ପରିଚାଳିତ ହେଉଥିବା ସୂଚନା ମିଳିଛି ।  ଶୁକ୍ରବାର ଅଧ୍ୟକ୍ଷଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାରୁ ସେ ଆମ ମହାବିଦ୍ୟାଳୟରେ ଚାରିଜଣ ରିଡ଼ର ରଘୁନାଥ ମହାପାତ୍ର, ଲକ୍ଷ୍ମୀକାନ୍ତ ଚୌଧୁରୀ, ଲୋକନାଥ ବେହେରା, ମନୋଜ କୁମାର
ଚାନ୍ଦ ରହିଥିବାବେଳେ ବରିଷ୍ଠ ତାଲିକାରେ ରଘୁନାଥ ମହାପାତ୍ର ସରକାରୀ ଚିଠି ପାଇଥିବା ସୂଚନା ଦେଇଛନ୍ତି । ଯାହାକୁ ସେ ଅପିଲ କରି ପ୍ରାପ୍ତ କରିଥିବା ସୂଚନା ଦେଇଛନ୍ତି । ତେବେ ସେହି ପତ୍ରରେ କେତେମାତ୍ରାରେ ସତ୍ୟତା ରହିଛି ଏବଂ ତାହା କେତେଦୂର ସମିଚୀନ ତାହା ଏକ ଭିନ୍ନ ବିଷୟ ହେଇଥିବାବେଳେ ରିଡ଼ର ମହାପାତ୍ରଙ୍କ ନାମରେ ଆଗରୁ ଏକାଧିକ ଅଭିଯୋଗ ରହିଆସିଛି । ସେ ଅଧ୍ୟାପନା କାମ କରିଥାନ୍ତ ଏବଂ ଠିକା କାମରେ ବେଶୀ ସମୟ ନିୟୋଜିତ କରନ୍ତି । ମହାବିଦ୍ୟାଳୟକୁ କେବ ଆସି ଉପସ୍ଥାନ ଖାତାରେ ଦସ୍ତଖତ କରିପାରନ୍ତି
। ଏଥି ସହିତ ଗତବର୍ଷ ନିଜର ଜଣେ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଯୋଗୁଁ ତାଙ୍କ ନାମରେ
ମ.ରାମପୁର ଥାନାରେ ଅଭିଯୋଗ ହେବା, ଅଭିଯୋଗ ପରେ ଲୁଚିବୁଲିବା ଭଳି କାର୍ଯ୍ୟକଳାପରେ
ରହୁଥିବା ଜଣେ ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରାଗଲେ ମ.ରାମପୁର ଅଂଚଳର ବୁଦ୍ଧିଜୀବି, ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓେହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ପରିଚାଳନା କମିଟୀର ସଭାପତି ତଥା ଶିକ୍ଷା ବିଭାଗ ଏ ଦିଗରେ ଉପଯୁ୍କ୍ତ
ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ,ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.