ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ପିଡିତା ମହିଳା ଓ ପରିବାର ଲୋକେ

ନୂଆପଡା,୩୦/୩ : ଜିଲ୍ଲା ସଦର ଡାକ୍ତରଖାନାର ମହିଳା ଓ ଶିଶୁ ବିଭାଗ ରେ ଜଣେ ପ୍ରସୂତୀ ମହିଳାଙ୍କ ପରିବାରର ମହିଳା ସଦସ୍ୟଙ୍କୁ ଡାକ୍ତରଙ୍କ ଦ୍ବାରା ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ମୁତାବକ ଚଳିତ ମାସ ୧୬ ତାରିଖରେ ଶିହିନମୁଣ୍ଡା ଗାଁ ର ତପସ୍ୱିନୀ ତାଣ୍ଡି (୨୧) ନୂଆପଡା ସଦର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହାପରେ ମା ଓ ଶିଶୁ ଘରକୁ ଫେରିଥିଲେ । କିନ୍ତୁ ଶିଶୁ ର ଗୋଡ଼ ଟିକେ ବଙ୍କା ହେବାର ଦେଖି ତାକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତପସ୍ୱିନୀ ତାଣ୍ଡି ତାଙ୍କର ସ୍ୱାମୀ ଦ୍ରୋଣ ତାଣ୍ଡି (୨୬) ଓ ନଣନ୍ଦ ଦେବକୀ ତାଣ୍ଡି (୨୪) ଚିକିତ୍ସା ପାଇଁ ଆଣି ଥିଲେ । ତେବେ ସେଠାରେ ଡ଼ା. ସୋମ୍ୟ ରଞ୍ଜନ ମେହେର ବିନା କାରଣ ରେ ତପସ୍ୱିନୀ ତାଣ୍ଡି ଓ ତାଙ୍କ ନଣନ୍ଦ ଦେବକୀ ତାଣ୍ଡି ଙ୍କୁ ଅସଭ୍ୟ ଭାଷା ରେ ଦୁର୍ବ୍ୟବହାର କରି ଥିଲେ ଓ ନବଜାତ ଶିଶୁ କୁ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ । ଯାହା ଫଳ ରେ ୪୦ କିମି ଦୂର କୋମନା ବ୍ଲକ ଶିହିନମୁଣ୍ଡା ଗାଁ ରୁ ଆସିଥିବା ଏହି ପରିବାର ଆଇନ ଦ୍ୱାରସ୍ଥ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ସଦର ଥାନା ରେ ଏ ନେଇ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଶ୍ରୀ ଆଦିତ୍ୟ ମହାକୁଡ଼ ଓ ଏସ.ଡି.ପି.ଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଏହି ମାମଲାକୁ ଗମ୍ଭୀରତା ସହ ନେଇଥିଲେ ଓ ଥାନା ରେ କେସ ନମ୍ବର 40/2019 ରେଜିଷ୍ଟ୍ରସନ କରି ଥିଲେ । ଯାହା ଫଳ ରେ ଡାକ୍ତରଖାନାରୁ ଏକ ଡାକ୍ତରୀ ଟିମ ରେ ବରିଷ୍ଠ ଡ଼ା. ଶ୍ରୀ ରଥ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ଡା. ତ୍ରିପାଠି, ଡା. ସୋମ୍ୟ ରଞ୍ଜନ ମେହେର ଥାନା କୁ ଆସି ଥିଲେ ଏବଂ ଘଟଣା ସମ୍ପର୍କ ରେ ତଥ୍ୟ ପ୍ରଦାନ କରି ଥିଲେ । ତେବେ ଡା. ସୋମ୍ୟ ରଞ୍ଜନ ମେହେର ଙ୍କ ଉପରେ ଆଇ.ପି.ସି ଧାରା 294,3(1) (s), 3(2)va ଲାଗି ଥିଲା । ତାଙ୍କୁ ନୋଟିସ ଜାରି କରି ଥାନା ରୁ ବେଲ ଦିଆ ଯାଇଛି ବୋଲି ନୂଆପଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମହାକୁଡ଼ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.