ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ସମ୍ମାନିତ ହେଲେ ଯୁବ ସମାଜସେବୀ ଯଶୋବନ୍ତ ରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ମହିଳା ସଶକ୍ତିକରଣ ଓ ମହିଳାଙ୍କ ଅଧିକାର ସମ୍ପର୍କରେ ବିଭିନ୍ନ ସମୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ, ଅସହାୟ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରିବା ଓ ତାଙ୍କୁ ସହାୟତା କରିବା, ଅନାଥ ଅସହାୟ ଝିଅ ମାନଙ୍କୁ ସରକାରଙ୍କ ସମସ୍ତ ପ୍ରକାର ସୁବିଧା ପାଇବାରେ ସହଯୋଗ କରିବା, କରୋନା ମହାମାରୀ ସମୟରେ ମହିଳାଙ୍କ ମଧ୍ୟରେ ଆତ୍ମନିର୍ଭରସିଲ ମନୋବଳ ବଢାଇବା ପରି ଉଲ୍ଲେଖନୀୟ କାର୍ଯ୍ୟକରି ବିଭିନ୍ନ ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଚର୍ଚ୍ଚାକୁ ଆସିଥିବା ସମାଜସେବୀ ଯଶୋବନ୍ତ ରଣାଙ୍କୁ ଶନିବାର ଦିନ ରାଜ୍ୟ ମହିଳା ଆୟୋଗ ପକ୍ଷରୁ କଳାହାଣ୍ଡି ଜିଲାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଛି। ଭବାନୀପାଟଣା ଓୟୁଏଟି ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇଥିବା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡ଼. ମିନତୀ ବେହେରା, କଳାହାଣ୍ଡି ଜିଲ୍ଲାପାଳ ପି. ଅନେଶ୍ୱା ରେଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ମହିଳା ଆୟୋଗ ସଦସ୍ୟା ସ୍ଵର୍ଣ୍ଣଲତା ସାମଲ ପ୍ରମୁଖ ସମାଜସେବୀ ଶ୍ରୀ ରଣାଙ୍କୁ ସମ୍ମାନିତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ରଣାଙ୍କ ସମେତ ଜିଲ୍ଲାର ୧୦ଜଣଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମାନ ପାଇବା ପରେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ପାଖକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.