ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସାରା ଭାରତରେ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହି କ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) କଳାହାଣ୍ଡି ଆନୁକୂଲ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ. ସ୍ନେହାପ୍ରଭା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁରୁଛାତ୍ର ଛାତ୍ରୀ ଓ ଜିଲ୍ଲାର ୮ ଟି ପୋଷ୍ୟ ବିଦ୍ୟାଳୟ ଗୁଡିକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା; ଚିତ୍ରାଙ୍କନ, ବକ୍ତୃତା, ରଚନା, କୁଇଜ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ମହାପାତ୍ର ଉପସ୍ଥିତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ସଭା ଆରମ୍ଭ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇ, ରାମଚନ୍ଦ୍ର ବାଗ, ମମିତା ଦୋରା, ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ଅରୁଣ କୁମାର ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ନିହାରିକା ଦେବୀ, ବିଜିଲି ଏକ୍କା, ସୁନିତା ଦୁର୍ଗା ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ କରାଯାଇଥିଲା ।ଡିଆଇଇଟିର ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସମେତ ଅଭିଭାବକ ମାନେ ପ୍ରଶଂସା କରିଛନ୍ତି ।