ବାଣୀପୀଠ ପୁରସ୍କାର ପାଇଲେ ନିମେଈଁ ଚରଣ ପ୍ରଧାନ ଓ ନମିତା ଦୀପ ଯାଦବ 

ସଇଁନ୍ତଲା,୧/୪ : ମୟୁରଭଞ୍ଜ ର ବିବେକାନନ୍ଦ ବିହାର ବଡସାହି ଠାରେ ଅନୁଷ୍ଠିତ ହୋଇଥିବା ୩୯ତମ ରାଜ୍ୟ ସ୍ତରୀୟ ବାଣୀପୀଠ ମହୋତ୍ସବରେ ବଲାଙ୍ଗୀର ଜିଲ୍ଲା  ସଇଁତଳା ବ୍ଲକ ଅଧିନସ୍ଥ ଭଦ୍ରା ଗ୍ରାମ ପଞ୍ଚାୟତ ର ସାହିତ୍ୟ ସାଧକ ତଥା କୋଶଳୀ କବି ଶ୍ରୀଯୁକ୍ତ ନିମେଈଁ ଚରଣ ପ୍ରଧାନ ତାଙ୍କ “ମତଦାତା” କବିତା ପାଇଁ  ବାଣୀପୀଠ ସାହିତ୍ୟ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି ।

ସେହିପରି ବରଗଡ  ନାଏକ ପଡା ର କୁମାରୀ ନମିତା ଦୀପ ଯାଦବଙ୍କୁ ମଧ୍ୟ ତାଙ୍କର କବିତା “ପରଦେଶୀ ମୋର କଳା ଭଅଁର”ପାଇଁ ବାଣୀପୀଠ ସାହିତ୍ୟ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି । ଉଭୟଙ୍କ କବିତା ପାଠ ଶ୍ରୋତାମାନଙ୍କୁ ବେଶ୍ ମଧୂର୍ଯ୍ୟମନ୍ତ କରିଥିଲା । ଉଭୟ ପ୍ରତିଭାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି ।

ସଇଁନ୍ତଲା ରୁ ଗୋକୁଳାନନ୍ଦ ବଗର୍ତ୍ତୀ ଙ୍କ ରିପୋର୍ଟ odiabarta.in

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.