ଲାଞ୍ଜିଗଡ଼ ପିଇଡବ୍ଲୁ ମିଡିଆ ଆସୋସିଏସନର ଜରୁରୀକାଳୀନ ବୈଠକ

ନୂତନ ଭାବେ ଯୋଡ଼ି ହେଲେ ବରିଷ୍ଠ ସାମ୍ବାଦିକ ବି. ତିରୁପତି ପାତ୍ର ଓ ଯୁବ ସାମ୍ବାଦିକ ପ୍ରଭୁ ରଂଜନ ସାମଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡିଆ ଆସୋସିଏସନର ଏକ ଜରୁରୀକାଳୀନ ବୈଠକ ସଭାପତି ନିଲେଶ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ପିଇଡବ୍ଲୁ ମିଡିଆ ଆସୋସିଏସନ୍ ଦ୍ଵାରା ସମାଜର ମଙ୍ଗଳ କାର୍ଯ୍ୟ କରିବା ସହିତ ଜନସାଧାରଣଙ୍କ ସ୍ବରକୁ ସାଣିତ କରିବାରେ କିପରି ସହାୟକ ହେବ, ଏହି ସଂଘ କିପରି ସର୍ବଦା ସାମ୍ବାଦିକଙ୍କ ମୈାଳିକ ଅଧିକାର ରକ୍ଷା ଦିଗରେ କାର୍ଯ୍ୟ କରି ସମାଜ ବିକାଶର ମାଇଲ ଖୁଣ୍ଟ ସୃଷ୍ଟି କରିପାରିବ ଏବଂ ସାମ୍ବାଦିକ ବନ୍ଧୁଙ୍କ ସମସ୍ତ ପ୍ରକାର ସୁବିଧା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ କାର୍ଯ୍ୟ ଜାରି ରଖିବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଲାଞ୍ଜିଗଡ଼ ବ୍ଲକର ବରିଷ୍ଠ ସାମ୍ବାଦିକ ବି. ତିରୁପତି ପାତ୍ର ଏବଂ ସାମ୍ବାଦିକ ପ୍ରଭୁ ରଂଜନ ସାମଲ ପିଇଡବ୍ଲୁ ମିଡିଆ ଆସୋସିଏସନ ସଂଘରେ ନୂତନ ଭାବେ ଯୋଡ଼ି ହୋଇଥିବା ଯୋଗୁଁ ସେମାନଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପିଇଡବ୍ଲୁ ମିଡିଆ ଆସୋସିଏସନର ଉପଦେଷ୍ଟା ସନ୍ତୋଷ କୁମାର ତୁଳ ଏସୋସିଏସନର ସମସ୍ତ ସଦସ୍ୟଙ୍କୁ ଲକ୍ଷ୍ୟ ଏବଂ ଚିନ୍ତାଧାରା ଉପରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଏସୋସିଏସନର ସଦସ୍ୟ ଅଜିତ ମାଝୀ, ଦେବାନନ୍ଦ ମାଝୀ, ମଲୟ ବେନୁଆ, ମନୋଜ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଘର ସାଧାରଣ ସଂପାଦକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିବାବେଳେ ଶେଷରେ ସହ ସମ୍ପାଦକ ତୁଳସୀ ରାମ ପ୍ରଧାନୀ (ମୁନ୍ନା) ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.