କନକ ନିଆଲ ହତ୍ୟା ଘଟଣାର ତାତି: ଭବାନୀପାଟଣାରେ ହେବ ରାଜ୍ୟ ସ୍ତରୀୟ ବିଶାଳ ରାଲି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଆମ୍ବେଦକର ଭବନଠାରେ ବହୁଜନ ଏକତା ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ ସଭାପତି ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାରେ ହେଉଥିବା ଦଳିତ ବିରୋଧୀ ଓ ହତ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ସଙ୍ଗଠନ ଯଥା ଭୀମ ଆର୍ମି, ବିଏସପି, ଏପିଆଇ ଓ ଅନେକ ସଂଗଠନ ତଥା ବହୁଜନ ଛାତ୍ର ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହି ମୃତ ଛାତ୍ରୀ କନକ ନିଆଲ କେମିତି ନ୍ୟାୟ ପାଇପାରିବେ ସେନେଇ ଆଲୋଚନା କରିଥିଲେ। ଆଗାମୀ ସେପ୍ଟେମ୍ବର ୧୫ରେ କନକ ନିଆଲଙ୍କୁ ନ୍ୟାୟ ଦାବିରେ ରାଜ୍ୟ ସ୍ତରୀୟ ଏକ ରାଲି କରିବାକୁ ସଭାରେ ପ୍ରସ୍ତାବ ଗୃହୀତ ହୋଇଛି। ଭବାନିପାଟଣା କଲେଜ ଛକରୁ ଏକ ବିଶାଳ ରାଲି ବାହାରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ପହଞ୍ଚିବ। ଏଥିରେ ଜିଲ୍ଲାର ଛାତ୍ରଛାତ୍ରୀ, ଯୁବକ, ବହୁଜନ ସମାଜର ସମସ୍ତ ବୁଦ୍ଧିଜୀବୀ ସହ ଏସଟି ଏସସି ଓବିସିଙ୍କୁ ସାମିଲ କରିବାକୁ ସହମତି ହୋଇଛି। ଏହି ବୈଠକରେ ମହାସଚିବ ଯତୀନ୍ଦ୍ର କର, ଆଇନ ମୁଖ୍ୟ ଛବିଲାଲ ନିଆଲ, ଦିଗାମ୍ବର ଦୁରିଆ, ଯୁଗେଶ୍ୱର ସାଗର ବିଜୟରାଜ ଶିଖା, ଜୟପ୍ରକାଶ ଜାଲ, ସୂର୍ଯ୍ୟ କୁମାର, ପୃଥିରାଜ ଛତ୍ରିଆ, ଦେବେନ୍ଦ୍ର ନାଏକ, ରଜନୀକାନ୍ତ ସମର୍ଲିଆ, ଆସିଶ ନାଏକ, ଦୟାନିଧି ନିଆଲ, ଚନ୍ଦନ ନାଏକ, ମୂରଲୀଧର ନାଏକ, ପବିତ୍ର ମୋହନ ବାଗ, ଗଙ୍ଗାଧର ମହନନ୍ଦ, ଶତୃଘ୍ନ ନାଏକ, ଅଭିଜିତ କର, ବଳରାମ ଦୁର୍ଗା, ଡମ୍ବରୁଧର କରୁଆଁ, ଆସେଶ୍ୱର ବାଗ, ଗୋପାଳ ଧଙ୍ଗଡାମାଝି, ସେନାପତି ନାଏକ, ଲବଣୀଧର ମହାନନ୍ଦ, ପ୍ରିୟଙ୍କା ବେମାଲ, ଦିଶା କାନ୍ତ, ସିନ୍ଧୁ ବାଗ, ନିୟୁତା କାନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.