ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ସବଇନ୍ସପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନରେ ସିଲିଂ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ର କାରଣ ଜଣାପଡିନାହିଁ। ତେବେ, ସେ ଗଲା କିଛି ଦିନ ହେଲା ମାନସିକ ଚାପରେ ଥିବା ଅନୁମାନ କରାଯାଉଥିଲା। ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଏସ୍ଡ଼ିପିଓ ଓ ଅନ୍ୟମାନେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ସାଗରିକା ଅବିବାହିତ ଥିଲେ ହେଲେ ଜଣେ ସଚ୍ଚୋଟ ଓ ନିର୍ଭିକ ପୋଲିସ ଅଫିସର ଭାବେ ବେଶ ଜଣାଶୁଣା ଥିଲେ। ସାଗରିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୋଲିସ ଅଫିସରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।