ଆଧ୍ୟାତ୍ମିକ କାର୍ଯ୍ୟକ୍ରମ: ଚାଲ ଈଶ୍ୱରଙ୍କୁ ଖୋଜିବା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଗୋପାଳକୃଷ୍ଣ ଆଧ୍ୟାତ୍ମିକ ସଂସଦ ତରଫରୁ ଆଭାସୀ ମାଧ୍ୟମରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ମୂଖ୍ୟ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଶୁଭେଚ୍ଛା ସହ ଶୁଭାଭିନନ୍ଦନ ଜଣାଇ ଥିଲେ। ନୟାଗଡର ସବିତା ଶୁକ୍ଳା ମଙ୍ଗଳା ଚରଣ ପାଠ ଏବଂ ବାଲେଶ୍ବରର ପ୍ରଣତି ମହାପାତ୍ର ଶ୍ଳୋକ ପଠନ ପୂର୍ବକ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ‘ଚାଲ ଈଶ୍ୱରଙ୍କୁ ଖୋଜବା’ ବିଷୟକୁ ନେଇ ବିଜ୍ଞାନ ଓ ଆଧ୍ୟାତ୍ମିକତାର ବିଷୟ ସଂଯୋଗ କରି ଭୁବନେଶ୍ବରର ବିଶିଷ୍ଟ ସୁସାହିତ୍ୟିକ ବିଶ୍ୱେଶ୍ୱର ମାଝୀ ସୁନ୍ଦର ଉପସ୍ଥାପନା ସହ ଦୀକ୍ଷାନ୍ତ ଆଲୋଚନା କରିଥିଲେ। ସାମ୍ପ୍ରତିକ ସମାଜର ସାଂସ୍କୃତିକ ଅବକ୍ଷୟ ଆଜି ନିମ୍ନ ମାନସିକତାର ବଳୟ ମଧ୍ୟରେ ପେଷିହୋଇ ସମାଜର ବହୁଳ କ୍ଷତି ପହଂଚାଉଅଛି। ତେଣୁ ଘରର ଚଳନ୍ତି ଦେବତାଙ୍କ ସେବା, ପିତୃଦେବର ମହତ୍ଵ, ମାତୃଦେବର ମହନୀୟତା ଓ ଅତିଥିଦେବର ବିଶ୍ୱ ବନ୍ଦନୀୟ ସଂସ୍କାରିତ ମହାନ ପରମ୍ପରାର ଉଚ୍ଚତମ ଶିକ୍ଷଣୀୟ ଉପସ୍ଥାପନା ସହିତ ସାମାଜିକ ବାର୍ତ୍ତା ପ୍ରଦାନ ପୂର୍ବକ ବକ୍ତବ୍ୟ ପ୍ରଦାନ କରି ଶ୍ରୀଯୁକ୍ତ ମାଝୀ ଉପସ୍ଥିତ ସମସ୍ତଙ୍କ ହୃଦୟ ଜୟ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠ କରାଯାଇ ଥିଲା। ଡ଼ଃ ପ୍ରିୟମ୍ବଦା ସାମଲ, ନୀହାରିକା ପଣ୍ଡା, ସବିତା ଶୁକ୍ଳା, ସୁକାନ୍ତ ବେହେରା ପ୍ରମୁଖ ନିଜ ନିଜ ନିଜର କବିତା ଆବୃତି କରି ପରିବେଶକୁ ଭକ୍ତିମୟ କରିଦେଇଥିଲେ। ବାବାଜୀ ଚରଣ ଦାସ, ସୁକାନ୍ତ ବେହେରା, ଡଃ ପ୍ରିୟମ୍ବଦା ସାମଲ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ବିଶ୍ୱେଶ୍ୱର ମାଝୀ ଶାନ୍ତିପାଠ ଓ ଅନୁଷ୍ଠାନର ପ୍ରତିଷ୍ଠାତା ରଞ୍ଜନ କୁମାର ପଣ୍ଡା ସମସ୍ତଙ୍କୁ ସାଧୁବାଦ ଜ୍ଞାପନ ପୂର୍ବକ ସଭା ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.