ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା’ ମାଣିକେଶ୍ଵରୀ, କଳାହାଣ୍ଡି ଶାଖା ପକ୍ଷରୁ ନୂଆଖାଇ ପ୍ରସଙ୍ଗରେ ଆଭାସି ମଧ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜିଲ୍ଲା ଅଧ୍ୟକ୍ଷ ଜଗଦୀଶ୍ୱର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପ୍ରାନ୍ତ ଅଧ୍ୟକ୍ଷ ପ୍ରଫେସର ଡ. ରଘୁନାଥ ପଣ୍ଡା, ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର, ଆଜୀବନ ସଦସ୍ୟ ରାମଚନ୍ଦ୍ର ପଟେଲ ପ୍ରମୁଖ ନୂଆଖାଇ ପର୍ବର ବିଶେଷତା, ବୈଜ୍ଞାନିକତା ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ କ୍ଷେତ୍ର ସଙ୍ଗଠନ ମନ୍ତ୍ରୀ ନାରାୟଣ ନାୟକ, ଆଜୀବନ ସଦସ୍ୟ ଦେବୀପ୍ରସାଦ କର, ଜିଲ୍କା ସମ୍ପାଦକ ସାଗର କୁମାର ବୈଠାରୁ, ବିରଞ୍ଚି ନାରାୟଣ ମୁଣ୍ଡ, ଡ. ସୁଜାତା ମୁଣ୍ଡ, ଡ. ଲିଲି କୁମାରୀ ପାଢ଼ୀ, ଭୁବନେଶ୍ୱର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।