ରୁପ୍ରାରୋଡ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡଠାରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ପୂଜାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ଦୀର୍ଘ ବର୍ଷ ହେଲା ରୁପ୍ରାରୋଡରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଦେବୀ ଦୁର୍ଗାଙ୍କ ପୂଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ତେବେ ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ସୀମିତ ଭକ୍ତରେ ପୁଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଚଳିତ ବର୍ଷ ସ୍ଥିତି ସ୍ବଭାବିକ ଥିବାରୁ ପୂର୍ବପରି ଦୁର୍ଗା ପୂଜା ମହା ଆଡ଼ମ୍ବରରେ କରାଯିବ ବୋଲି ପୂଜା କମିଟିର ସଭାପତି ମୋହନଲାଲ କମାନି ସୂଚନା ଦେଇଛନ୍ତି। ଏହି ବୈଠକରେ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ପୂର୍ବ ବର୍ଷର ସଭାପତି ମୋହନ କୁମାର କମାନି ପୁଣିଥରେ ସଭାପତି ଭାବରେ ଚୟନୀତ ହୋଇଛନ୍ତି। ଉପସଭାପତି ଭାବରେ ଶ୍ୟାମ ସୁନ୍ଦର ଶର୍ମା ଓ ଓମପ୍ରକାଶ ଅଗ୍ରୱାଲ, କମିଟିର ସମ୍ପାଦକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ଭାବରେ ବିଜୟ କୁମାର ଅଗ୍ରୱାଲ, ଅମିତ କୁମାର ଶର୍ମା, ରତନ ଅଗ୍ରୱାଲ, ମୋନୋଜ ମହାନ୍ତି, ଦିନେଶ ଅଗ୍ରୱାଲ, ସୁବାସ ଅଗ୍ରୱାଲ, ଦୀପକ ମହାନ୍ତି, ଅନିଲ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ ମନୋନୀତ ହୋଇଥିଲେ। ଚଳିତ ବର୍ଷର ପୂଜା କର୍ତ୍ତା ଭାବରେ ରଞ୍ଜନ କୁମାର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମହାନ୍ତି ଦାଇତ୍ୱ ନିର୍ବାହ କରିବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.